ପାରଳା ବିଧାୟକ ଚଳିତ ସପ୍ତାହରେ କାଶ୍ମୀର ରେ ସହିଦ ହୋଇଥିବା ଦେବେନ୍ଦ୍ର ରାଓ ଙ୍କ ବାସ ଭବନ ରେ ।
ଗଜପତି (ଟିକି ଲିମା )
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ତାଟିପେଟା ଗ୍ରାମ ରେ ଜନ୍ମିତ ବାଙ୍ଗରୁ ଦେବେନ୍ଦ୍ର ରାଓ ଚଳିତ ମାସ 18 ତାରିଖ ଦିନ କାଶ୍ମୀର ଠାରେ ମୃତ୍ୟୁ ହୋଇଯାଇଛନ୍ତି, ସେ ଦୀର୍ଘ ଦିନ ହେବ ଇଣ୍ଡିଆନ ଆର୍ମି ରେ କାର୍ଯ୍ୟରତ ଥିଲେ । ତାଙ୍କ ମରଶରୀର ନିଜ ଗ୍ରାମ କୁ ଅଣାଯାଇ ରାଷ୍ଟ୍ରୀୟ ମଜ୍ୟଦା ସହ ତାଙ୍କ ଅନ୍ତିମ ସତ୍କାର କରାଯାଇଥିଲା, ତାଙ୍କ ସପରିବାର ସହ ମିଶି ସନ୍ତନା ଦେବା ସହ ତାଙ୍କ ଫୋଟଚିତ୍ର ରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ବିଧାୟକ ରୂପେସ ପାଣିଗ୍ରାହୀ, ଶ୍ରୀ ରାଓ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ତାଙ୍କ ମୃତ୍ୟୁ ଖବର ପାଇ ସାରା ଗ୍ରାମ ଲୋକ ମାନେ ଦୁଃଖପ୍ରକାଶ କରିଛନ୍ତି, ଶ୍ରୀ ରାଓ ଙ୍କ ଅନ୍ତିମ ସତ୍କାର ରେ ହଜାର ହଜାର ତାଙ୍କୁ ଭୋଲ ପାଉଥିବା ଲୋକେ ଉପସ୍ଥିତ ଥିଲେ।
