ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଜପତି ଶାଖା ବୈଠକ ଅନୁଷ୍ଠିତ
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସଂଘର ସଭାପତି ଶ୍ରୀ ଅଶ୍ୱିନୀ ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ ଛହୋଇଥିବା ବେଳେ ସଂପାଦକ ଶ୍ରୀ ସୁରେଶ ବେହେରା, ସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର,ଉପ ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀ ପ୍ରମୁଖ ଯୋଗଦେଇ ଭାରତ ସରକାରଙ୍କ ଦ୍ବାରା ଗଠିତ ୮ମ ବେତନ କମିଶନ ଓଡିଶାକୁ ଆସନ୍ତା ଜୁଲାଇ ୬ ଓ ୭ତାରିଖ ୨୦୨୬ ରେ ଆସୁଥିବା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ସେଥ୍ ନିମନ୍ତେ ସଂଗଠନଗୁଡ଼ିକ ସେମାନଙ୍କର ମତାମତ ୮ମ ବେତନ କମିଶନଙ୍କ ଥ୍ୟପୋର୍ଟାଲରେ ୩୧ ମେ ମଧ୍ୟରେ ପଠାଇ ପ୍ରାପ୍ତ କୋଡ଼ ନମ୍ବର ସହ ସଂଗଠନ ପ୍ୟାଡ଼ରେ ଉଲ୍ଲେଖ କରି ଚିଠି ଦେଲେ ଆଲୋଚନା ନିମନ୍ତେ ସମ୍ପୃକ୍ତ ସଂଗଠନକୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ୧୭ ଗୋଟି ପ୍ରସଙ୍ଗ ଉପରେ ଆଧାରିତ ସ୍ମାରକପତ୍ର ନିମ୍ନ ମତେ ୩୧ ମଇରେ ପ୍ରଦାନ କରାଯାଇ କୋର୍ଡ଼ ନମ୍ବର୍ ମହାସଂଘର ହସ୍ତଗତ ହୋଇଥିବା ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ସଦସ୍ୟମାନଙ୍କର ଅବଗତି ନିମନ୍ତେ ସ୍ମାରକପତ୍ରରେ ପ୍ରଦତ୍ତ କେତକ ମୁଖ୍ୟ ବିଷୟ ଉଲ୍ଲେଖ କରାଯାଇଥିଲା ।ମୂଳ ଦରମା (୮ମ ବେତନ କମିଶନ)ରେ ୩.୮୩୩ ଗୁଣନ କରି ଦରମା ନିର୍ଦ୍ଧାରଣ କରିବା । ଦରମାର,୫୦% ପରିବର୍ତ୍ତେ ଶତକଡା ୬୭% ପ୍ଲେନସନ ନିର୍ଦ୍ଧାରଣ କରିବା,ପରିବାର ପେନସନ ୩୦% ପରିବର୍ତ୍ତେ ୫୦% କରିବା ଏବଂ— ୨) ମହଙ୍ଗା ଛଭତ୍ତା ବଜାର ଦର ଅନୁସାରେ ସ୍ଥିର କରିବା ଏବଂ ୨୫% ମହଙ୍ଗା ଭତ୍ତା ହୋଇଯିବା ପରେ ତାକୁ ମୂଳ ଦରମାରେ ମିଶାଇବା ।କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ପ୍ରଦାନ ସହିତ କ୍ୟାସ ଲେସ ବୀମା ଯୋଜନା ପ୍ରଦାନ କରିବା । ବର୍ତ୍ତମାନ ଥିବା ଗ୍ରାଚୁଇଟି ସୀମା ୨୫ଲକ୍ଷ ଟଙ୍କା ପରିବର୍ଭେ ୭୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ଯନୂଆ ପେନସନ ଯୋଜନା (NPS & UPS)ରେ ଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ କରିବା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଏଥି ସହ ଆସନ୍ତା ଅଗଷ୍ଟ ୧୮,୧୯ ଓ ୨୦ତାରିଖ ୩ଦିବସୀୟ ଧାରଣା ପାଇଁ ରାଜ୍ୟବ୍ୟାପୀ ପ୍ରସ୍ତୁତି ସହିତ ରାଜ୍ୟର ୩.୫ ଲକ୍ଷ ପେନସନର ଓ ପରିବାର ପେନସନର ମାନଙ୍କୁ ପ୍ରତିନିଧୂତ୍ବ କରୁଥିବା “Odisha State Retired Employees’ Federation” ଚିକିତ୍ସା ଭତ୍ତା ସହିତ ସ୍ଵାସ୍ଥ୍ୟ ବୀମା ଯୋଜନା ଆଦି ୯ଦଫା ଦାବି ନେଇ ୩ ଦିନ ଧରି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗ (Lower PMG) ଠାରେ ଧାରଣା କାର୍ଯ୍ୟକ୍ରମ ସଂଗଠିତ କରାଯିବାକୁ କେନ୍ଦ୍ରୀୟ କମିଟି ସଭାରେ ସର୍ବ ସମ୍ମତ ନିଷ୍ପତ୍ତି ହୋଇଥିବା ଜଣାପଡିଛି।ଏହାର ସଫଳତା ପାଇଁ ନିଜ ନିଜ ସଂଘର ବୈଠକରେ ନିଷ୍ପତ୍ତି ନେଇ ତୁରନ୍ତ ରାଜ୍ୟ ସଂଘକୁ ଅବଗତ କରିବା ନିମନ୍ତେ ଗ୍ରହଣ କରାଯାଇଥିଲା ଏଥି ସହିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ବହୁସଂଖ୍ୟାରେ ସଦସ୍ୟ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ବହୁ ଅବସରପ୍ରାପ୍ତ କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ।
