ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ
ବରଗଡ଼ :୨୮.୦୬.(ନି ପ୍ର )ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ମହୋତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ ସମୟରେ ମନ୍ତ୍ର ପାଠ ଏବଂ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଜୟଶ୍ରୀ ପଣ୍ଡା, ଅତିଥି ପରିଚୟ ପ୍ରଦାନ କରିଥିଲେ ସର୍ଦ୍ଦାର ପ୍ରିତମ ସିଂ। ସଭାପତି ଦଧିବାବନ ଶତପଥୀଙ୍କ ଦ୍ଵାରା ସ୍ବାଗତ ଭାଷଣ ଏବଂ ତାଙ୍କ ସଭାପତିତ୍ବରେ, ସମ୍ପାଦକ ତୁଳସୀ ଚରଣ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଂଗଠନ ସଂପାଦକ ଶ୍ରୀ ପ୍ରଦୀପ ଦେବତାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ ସମ୍ମାନିତ ଅତିଥି ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଏବଂ ମୁଖ୍ୟ ବକ୍ତା ଭାବେ କବି ତଥା ରାଉରକେଲା ସମ୍ବାଦ ସଂସ୍କରଣ ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ ନାରାୟଣ ହୋତା ଗୁରୁ ଭଗବାନ ସାହୁଙ୍କ ସାରା ଜିବନ ତ୍ୟାଗ ଅବଦାନ ଏବଂ ବଳିଦାନ ଉପରେ ଆଲୋକପାତ କରିଥିଲେ, ପରାମର୍ଶଦାତା ଯୁଗଳ ପ୍ରସାଦ ସିଂ ସ୍ମୃତି କମିଟିର ଦାବି ଉପସ୍ଥାପନ କରିଥିଲେ,ଏହି ଅବସରରେ ଆନ୍ତର୍ଜାତିୟ ସଞ୍ଚାର ଗାୟକ ବାହାକ ଅଲେଖ ସାହୁ ଓ ଦଣ୍ଡା ନୃତ୍ୟ ଗୁରୁ ବିଶ୍ବମ୍ବର ଷାଣ୍ଢ (ଟିହା)ଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ଭବାନିଶ ଭୋଇ ଓ ରଞ୍ଜନ କୁମାର ପଣ୍ଡା, ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ଇବ ସାହିତ୍ୟ ପରିବାର ସୁନ୍ଦରଗଡ଼, ସୁବର୍ଣ୍ଣ ସ୍ମୃତି ସନ୍ସଦ ଜମନକିରା, ଗୁରୁ ଭଜମନ ଦାସ କଳା ପରିଷଦ କୁଟାସିଂହା ବଲାଙ୍ଗିର, ମାଁ ଚରଦେଇ ଲୋକ ମହୋତ୍ସବ କମିଟି ବିନିକା, ଗୁରୁ ଭଗବାନ ସାହୁ କଳା ନିକେତନ ବଲାଙ୍ଗିର, ଜଳ କଲ୍ୟାଣ କୁଲିତା ସମାଜ ଅତାବିରା ସଚେତନ ହେମା ଢୋଲବନ୍ଧ ପଦ୍ମପୁର, ଆମର୍ ସାହିତ୍ୟ ସେବା ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରକୁ ସମ୍ମାନିତ କରାଯାଇଥିଲା, ଗୁରୁ ଭଗବାନ ସାହୁଙ୍କ ପ୍ରଚାର ପ୍ରସାର କରିଆସୁଥିବା ସାମ୍ବାଦିକ ସୁନିଲ ମିଶ୍ର ବଲାଙ୍ଗିର, ନିରଞ୍ଜନ ତ୍ରିପାଠୀ ପାଇକମାଲ ବ୍ଲକ, ସୁଦୀପ୍ତ ଷଡ଼ଙ୍ଗୀ, ସରୋଜ ଷଡ଼ଙ୍ଗୀ ବରଗଡ଼ଙ୍କୁ ସମ୍ମାନିତ କରାଯାଇଥିଲା, ଏହି ଅବସରରେ କବୟିତ୍ରୀ ଜିବେଶ୍ବରୀ ପଟେଲଙ୍କ କବିତା ପୁସ୍ତକ କ୍ଷ ର ଅକ୍ଷର ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା,ସଭା ପ୍ରାରମ୍ଭରେ ଦଧିବାବନ ଶତପଥୀ ଓ ନିସାର ଅହମଦ ନିସାର ସଙ୍ଗୀତ ପରିବେଷଣ କରିଥିଲେ, କୁନି ଝିଅ ଅଦଭିକା ପଟନାୟକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ, ଧନ୍ୟବାଦ ଅର୍ପଣ କରିଥିଲେ ସୁଶାନ୍ତ ମିଶ୍ର , ଦ୍ବିତୀୟ ପର୍ଯ୍ୟାୟରେ ଗୁରୁ ଭଗବାନ ସାହୁଙ୍କ ଉପରେ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା , ଅତିଥି ଭାବେ ଯୋଗଦେଇଥିଲେ ଭାଗବତ ପଧାନ , ଉତ୍ପନ୍ନ କୁମାର ଭୋଇ,ଭବାନିଶ ଭୋଇ , କମଲ ଲୋଚନ ପଣ୍ଡା, ଅମୂଲ୍ୟ ବେହେରା, ବିପ୍ର ଚରଣ ସାହୁ, ଭିକାରୀ ଚରଣ ପ୍ରଧାନ, ଡ଼. ସଙ୍ଗୀତା ପଣ୍ଡା, ଏବଂ ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀ ମାନେ କବିତା ପାଠ କରିଥିଲେ , କବୟିତ୍ରୀ ସୁଷମା ପଟେଲ, ନିତମ୍ବିନୀ କର, ଉଦ୍ଧବ ବାରିକ,ଟିକେଲାଲ ରାଉତ ସମେତ ଅନେକ କବି କବୟିତ୍ରୀ କବିତା ପାଠ କରିଥିଲେ, ସମସ୍ତଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡଃ ସଂଗୀତା ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନାରେ ଅଚ୍ୟୁତାନନ୍ଦ ବାରିକ , ବିମଳ କୃଷ୍ଣ ମିଶ୍ର, ଶିବାନନ୍ଦ ମଟାରୀ, ସଙ୍ଗୀତା ଦୀପ, ସନ୍ତୋଶିନି ଦାଶ,ନୂରାବତି ସାହୁ, ଚିନ୍ପୟୀ କଣ୍ଟା, ପଞ୍ଚାନନ ବାରିକ,ସାରଥି ମେହେର, ପ୍ରଦୀପ ମିଶ୍ର,ମନୋଜ ବାଗ, ଉମେଶ ପ୍ରଧାନ ,ଦୂର୍ଲଭ ଗଡତିଆ,ମାନସ ରଞ୍ଜନ ଦାଶ,ଜୟଲାଲ ନାଇକ, ଜଟାଧାରୀ ପ୍ରଧାନ ଆଦି ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇ ସହଯୋଗ କରିଥିଲେ ।
