ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ-୨୦୨୫ କାର୍ଯ୍ୟକ୍ରମ ଉଦଯାପିତ
ଯାଜପୁର/(ଭଞ୍ଜଦୂତ :ନିପ୍ର )ରିପୋର୍ଟର:ସରୋଜ କୁମାର ଧଳ
ପ୍ରତିଭାର ଅନ୍ୱେଷଣ, ଅନ୍ତର୍ନିହିତ ଗୁଣାବଳୀର ବିକାଶ, ଶିଶୁ ଓ କିଶୋର ମାନଙ୍କ ମଧ୍ୟରେ ସୁପ୍ତ ସମ୍ଭାବନାର ଆବିଷ୍କାର ଓ ପ୍ରୋତ୍ସାହନ ର ପ୍ରତିଷ୍ଠା ନିମନ୍ତେ ଆୟୋଜିତ ଯାଜପୁର ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଙ୍କ ବାର୍ଷିକ କ୍ରୀଡା ଉତ୍ସବ ତଥା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମହକ ଓ ଉତ୍ସବ ର ପୁରସ୍କାର ବିତରଣ ଉତ୍ସବ ରସୋତୀର୍ଣ୍ଣ ଭାବରେ ଦୁଇଦିବସ ବ୍ୟାପି ଅନୁଷ୍ଠିତ ହୋଇଯାଇଛି! ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ, ଯାଜପୁର ର ମିଳିତ ସହଯୋଗରେ ଜିଲ୍ଲାପରିଷଦ ସଭାକକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ଉଦଯାପନ ସଭାରେ ପୌରୋହିତ୍ୟ କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେକି ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଲୁକ୍କାୟିତ ଭାବେ ପ୍ରତିଭା ରହିଛି, ତାହାର ବିକାଶ ଦାୟିତ୍ୱ ଆମ ହାତରେ ଅଛି।ଉପଯୁକ୍ତ ପରିବେଶ ପାଇପାରିଲେ ପିଲାଙ୍କ ମଧ୍ୟରେ ଥିବା ପ୍ରତିଭା ବିକଶିତ ହୋଇପାରିବ।ଅନ୍ୟତମ ସମ୍ମାନିତ ବକ୍ତା ରୂପେ ଯୋଗଦେଇ ଯାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ମାଝି ସାଇବର ଅପରାଧରୁ ପିଲାମାନେ ଦୁରେଇ ରହିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୁପ୍ରକାଶ ଶତପଥି ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ଉପରେ ଆଲୋକପାତ କରିଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ରୂପେ ପୂର୍ବତନ ଶିଶୁ ମଙ୍ଗଳ କମିଟି ର ପୂର୍ବତନ ବରିଷ୍ଠ ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି ଯୋଗଦେଇ କହିଲେ ପୌରାଣିକ କଥାବସ୍ତୁ ଯଶୋଦା ର ଉଦାହରଣ ଦେଇ ପିଲାମାନଙ୍କ ଯତ୍ନ ଓ ସୁରକ୍ଷା ରେ ଅନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ ଅଟେ । ସେମାନଙ୍କ ଉପଯୁକ୍ତ ବୌଦ୍ଧିକ ଓ ଶାରୀରିକ ବିକାଶ ହେଲେ ଯାଇ, ସେମାନଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭା ର ଉନ୍ମେଷ ଘଟିବ । ଅବସରପ୍ରାପ୍ତ ଅଧ୍ୟାପକ ଦାମୋଦର ବେହେରା ଭଲ ମଣିଷ ହୋଇ ସମାଜର ବିକାଶ କ୍ଷେତ୍ରରେ ସାମିଲ ହେବାପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ର ପ୍ରତ୍ୟକ ପିଲାଙ୍କ ମଧ୍ୟରେ ପ୍ରତିଭା ରହିଛି ।ମହକ ଉତ୍ସାହ ର ବିଭିନ୍ନ ପ୍ରତିଯୋଗିତାରେ ଭଗନେଇ କୃତକାର୍ଯ୍ୟ ହୋଇଥିବା 65 ଜଣ ପିଲାଙ୍କୁ ସମ୍ମାନିତ କରାଯାଇଥିଲା ।ଶେଷରେ ଶିଶୁ ଅନୁଷ୍ଠାନ ର ପିଲାମାନେ ଦଳଗତ ନୃତ୍ୟ ପରିବେଷଣ କରି ଥିଲେ।
କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଥିଲା ୨୫ ଅକ୍ଟବର ୨୦୨୫ ତାରିଖ ରେ ଯାଜପୁର ଇଣ୍ଡୋର ଷ୍ଟାଡ଼ିଅମରେ।ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଯାଜପୁର ର ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ।ଅନ୍ୟ ସମ୍ମାନିତ ଅତିଥିରୂପେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ, ଶିଶୁ ମଙ୍ଗଳ କମିଟିର ଅଧକ୍ଷା ରେକ୍ସୋନା ଜେନା, ଶିଶୁ ମଙ୍ଗଳ କମିଟିର ସଦସ୍ୟ ତୃପ୍ତି ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଫକୀରମୋହନ ଟୁଡୁ, ଅଧ୍ୟାପକ ଦାମୋଦର ବେହେରା, ସମାଜ କଲ୍ୟାଣ ବିଭାଗ ର ସୁରକ୍ଷା ଅଧିକାରୀ ସୁନନ୍ଦା ଦାସ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ତପନ କୁମାର ପାତ୍ର, ଅର୍ଚ୍ଚନା କୁମାରୀ ସାମନ୍ତ, କାଳୀ ପ୍ରସାଦ ସାହୁ, ରବିନ୍ଦ୍ରନାଥ ସେଠୀ, ଶିଶିର କୁମାର ମଲ୍ଲିକ ଓ ଚିଲଡ୍ରେନ ହେଲ୍ପ ଲାଇନ ର ସଂଯୋଜକ ବରେନ୍ଦ୍ର କୃଷ୍ଣ ଦାସ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥଲେ। ଦ୍ୱିତୀୟ ଅଧିବେଶନରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ କାର୍ଯ୍ୟକ୍ରମ ପରିଦର୍ଶନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ପରିଚାଳିତ ୫ ଗୋଟି ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ର ପିଲାମାନେ ଓ ସେମାନଙ୍କ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।ଶେଷରେ ଶିଶୁ ସୁରକ୍ଷା ୟୁନିଟ ର କାଳିପ୍ରସାଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
