ଆସନ୍ତା ବାତ୍ୟା “ମନ୍ଥା” ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ –
ଆସୁଥିବା ବାତ୍ୟା ପାଇଁ ଆଜି ବାଲେଶ୍ୱର କଲେକ୍ଟରେଟ ର ଓସ୍ୱ।ନ୍ କନ୍ଫରେନ୍ସ ହଲ୍ରେ ଆୟୋଜିତ ହୋଇଛି। ବୈଠକରେ ସମସ୍ତ ଜିଲ୍ଲା ସ୍ତରର ଅଧିକାରୀମାନେ ସଉପସ୍ଥିତ ରହିଥିବା ବେଳେ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ଓ ହେଡ କ୍ୱାର୍ଟର ଲିଭ୍ ବାତିଲ କରାଯାଇଛି ଯେପର୍ଯ୍ୟନ୍ତ ସ୍ଥିତି ସାଧାରଣ ହେଉନାହିଁ।ବି ଡି ଓ ମାନଙ୍କୁ ବାତ୍ୟା କେନ୍ଦ୍ର ଓ ସାଧନ-ସଂସାଧନ ମାନଙ୍କୁ ଯାଞ୍ଚ କରିବାକୁ, ଡି ଜି ସେଟ୍ଗୁଡିକ ଚାଲୁ ଅବସ୍ଥାରେ ପରଖିବାକୁ ଓ ବରିଷ୍ଠ ଅଧିକାରୀମାନେ ପୁନର୍ଦର୍ଶନ କରି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଗଲା। ପି ଆର୍ ଆଇ ସଦସ୍ୟମାନଙ୍କ ସହ ସମନ୍ୱୟ ରଖି ସମୀକ୍ଷା ବୈଠକ କରିବାକୁ ଓ ପୂର୍ବ ହିସାବ ସମ୍ପର୍କିତ ଜଟିଳତା ଦୂର କରିବାକୁ ଓ ନିର୍ଦ୍ଦେଶ ମିଳିଲା।ଡେପୁଟି ଡିରେକ୍ଟର, ଫିସେରି ବିଭାଗକୁ ମାଛଧରାଳିମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଓ ସମସ୍ତ ବୋଟ୍ ମାଲିକ, ମାଛଧରାଳି ଓ PRI ସଦସ୍ୟମାନଙ୍କ ସହ ଯଥୋଚିତ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଗଲା।
TPNODL କର୍ମଚାରୀମାନଙ୍କୁ ଛୁଟି ନେବାକୁ ମନା କରାଯାଇଛି ଏବଂ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ସମସ୍ତ ଟିମ୍ ଲିଡର ଓ ତାଙ୍କ ନିୟୋଜନ ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ODRAF ଓ ଅଗ୍ନିଶାମ ବିଭାଗକୁ ସମସ୍ତ ବୋଟ୍ ଓ ସାଧନ କୁ ପରଖି ସଜାଗ ରହିବାକୁ ନିର୍ଦ୍ଦେଶ ମିଳିଛି।
CDMOଙ୍କୁ ସମସ୍ତ ଚିକିତ୍ସା ଦଳ, ଔଷଧ, ଟୀକା, ଆଣ୍ଟିଭେନମ୍, ହାଲୋଜେନ ଟାବଲେଟ ଆଦି ର ଷ୍ଟକ୍ ରଖିବାକୁ ଏବଂ CHC ଓ PHC ସ୍ତରରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଗଲା। DSWOଙ୍କୁ ଆସନ୍ତା କିଛି ଦିନରେ ସନ୍ତାନ ଜନ୍ମ ଆଶା କରୁଥିବା ଗର୍ଭବତୀ ମହିଳାମାନଙ୍କ ତାଲିକା ସଜାଇ CDMO ସହ ସମନ୍ୱୟ କରି ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ କୁହାଯାଇଛି।
ଅଙ୍ଗନବାଡ଼ି କର୍ମୀମାନଙ୍କୁ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଓ ଜଳ ଯୋଗାଣ ବିଭାଗକୁ ପାଣି ବୋତଲ, ବ୍ଲିଚିଂ ପାଉଡର ଓ ଆବଶ୍ୟକ ସାଧନ ରଖିବାକୁ ନିର୍ଦ୍ଦେଶ ମିଳିଛି। R&B ଓ RD ବିଭାଗକୁ ବାଲି ବସ୍ତା ଦ୍ୱାରା କଟ୍ ଅଫ୍ ବା ଦୁର୍ବଳ ସ୍ଥାନଗୁଡିକରେ ବ୍ୟାରିକେଡିଂ କରିବାକୁ ଓ ଟ୍ରାକ୍ଟର, ଅର୍ଥ୍ ମୁଭର୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ମ୍ୟୁନିସିପାଲଟି ଓ ଏନ୍ ଏ ସି କୁ ମଧ୍ୟ ସତର୍କ ରହି ସାଇକ୍ଲୋନ୍ କେନ୍ଦ୍ର ଓ ନିମ୍ନ ଅଞ୍ଚଳ ଗୁଡିକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ମିଳିଛି। ସି ଏସ ଓ ଙ୍କୁ ଚୁଡ଼ା, ଗୁଡ଼ ଓ ଶୁଖିଲା ଖାଦ୍ୟ ମହଜୁଦ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଗଲା। CDVO ରାପିଡ୍ ଆକ୍ସନ୍ ଟିମ୍ ଓ MVU ଦଳ ତିଆରି ଅଛି ବୋଲି ଜଣାଇଛନ୍ତି। ଗୋ-ଔଷଧ ଓ ଟୀକା ମହଜୁଦ ରଖାଯାଇଛି ଏବଂ ଖ୍ୟାତି ସମ୍ଭାବ୍ୟ ଗୁହାଳ ରେ ଥିବା ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ଲାଇନ୍ ବିଭାଗମାନଙ୍କୁ ସତର୍କ ଓ ସକ୍ରିୟ ରହି ଯେକୌଣସି ସମୟରେ ବରିଷ୍ଠ ଅଧିକାରୀମାନଙ୍କ ସହ ସମ୍ପର୍କ ରଖିବାକୁ ଜୋର ଦିଆଯାଇଛି।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
