ଭୁବନେଶ୍ୱରରେ “ଏକତ୍ର ବାଲେଶ୍ବର ” !
ସାଧାରଣରେ କାର୍ଯ୍ୟକ୍ରମଟି ପ୍ରଶଂସନୀୟ ହୋଇଥିବା ବେଳେ, ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ବ ! ଭୁବନେଶ୍ୱରସ୍ଥିତ ବୁଦ୍ଧ ନଗର ଠାରେ ବାଲେଶ୍ବର ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ “ଏକତ୍ର ବାଲେଶ୍ବର” କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ, ରେମୁଣା ବିଧାୟକ ତଥା ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ଜଳେଶ୍ଵର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପ୍ରମୁଖ ଯୋଗଦେଇ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମଟି ଭୁବନେଶ୍ବରରେ ବାଲେଶ୍ବର ବୋଲି ବେଶ ଚର୍ଚ୍ଚା ହେଉଥିବା ବେଳେ, ଏଭଳି କାର୍ଯ୍ୟକ୍ରମର ଆୟୋଜନ ସାଧାରଣରେ ରହିଛି ଖୁବ ସ୍ୱାଗତଯୋଗ୍ୟ ତଥା ପ୍ରଶଂସନୀୟ।।।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
