*ଡ୍ରେନ କାମକୁ ନେଇ ମୃଦୁ ଉତ୍ତେଜନା*
ବସ୍ତା:- (ନି ପ୍ର) ଫଟୋ
ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଛାନୁଆ ପଞ୍ଚାୟତ ର ସିଲଦା ଗାଁ ରେ ଡ୍ରେନ କାମକୁ ନେଇ ମୃଦୁ ଉତ୍ତେଜନା। ସୂଚନା ଯୋଗ୍ୟ ସେହି ଗ୍ରାମ ରେ ଏକ ଡ୍ରେନ କାମ ତ୍ରିଲୋଚୋନ ପ୍ରଧାନ ଘର ଠାରୁ ଶନି ମନ୍ଦିର ପର୍ଯ୍ୟନ୍ତ ବିଧାୟକ ଙ୍କ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ସେକ୍ସନ ହୋଇ ଆରମ୍ଭ ହୋଇଛି। ସେହି ଗ୍ରାମ ର ଶାସକ ଦଳ ର କିଛି ଯୁବକ ସେହି କାମ କରୁଥିବା ବେଳେ ଅଳ୍ପ କିଛି ଗ୍ରାମ ବାସି କାମ କୁ ବିରୋଧ କରି ଡ୍ରେନ ଟିକୁ ବଙ୍କା କରି ରାସ୍ତା ଠୁ ଦୁଇ ତିନି ଫୁଟ ଦୂରେଇ କରିବା ପାଇଁ କହୁଛନ୍ତି। କିନ୍ତୁ ପୂର୍ବରୁ ଥିବା ଗ୍ରାମ ଡ୍ରେନ ଅନୁସାରେ କାମ ଆରମ୍ଭ ହୋଇଛି। ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ପଚାରି ବାରୁ ପୂର୍ବ ରୁ ଥିବା ଡ୍ରେନ ଅନୁସାରେ ଏହି କାମଟି ହେବ , ଯଦି ବଙ୍କା କରା ଯାଏ ଉପର ପାଣି ତଳକୁ ନ ଗଡ଼ି ଜମା ରହିବ ଓ ସେ କହିଥିଲେ ଯଦି ଗୋଚୋର କିମ୍ବା ସରକାରୀ ଜମି ଥାଏ ସେଠୀ ପରବର୍ତ୍ତୀ ସମୟରେ ସରକାର ଙ୍କ ବିଭିନ୍ନ ଯୋଜନା ରେ କାମ କରିହେବ। ତେଣୁ ଗ୍ରାମ ବାସୀ ଙ୍କ ହିତ ପାଇଁ ଉକ୍ତ ଡ୍ରେନ ଟି ପୂର୍ବ ଭଳି ସିଧା କରିବା ପାଇଁ ଅନୁରୋଧ କରିଛନ୍ତି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
