ସୋର ଉପକାରାଗାରରୁ କଏଦୀ ଫେରାର
ସୋର(ଭଞ୍ଜଦୂତ , ନି ପ୍ର) : ସୋର ଉପକାରାଗାରରୁ ପୁଣି ଜଣେ କଏଦୀ ପାଚେରୀ ଡେଇଁ ଫେରାର ହୋଇଯାଇଛି।
କଏଦୀ ଜଣକ ହେଲେ ଝାଡ଼ଖଣ୍ଡ ବାକାରା ଷ୍ଟିଲ ସିଟି ଧାନବାଦ ଅଞ୍ଚଳର ଦୀପକ କୁମାର ରାୟ। ସୂଚନା ଅନୁସାରେ, ଦୀପକ ଖଇରା ଅଞ୍ଚଳରେ ରହୁଥିବା ବେଳେ ସେଠାରେ ଏକ ଗଣ୍ଡଗୋଳ ଘଟଣାରେ ଗତ ୧୯ ତାରିଖ ଖଇରା ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା I ଜାମିନ ନାମଞ୍ଜୁର ହେବାରୁ ତାକୁ ସୋର ଉପକାରାଗାରରେ ରଖାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ସେ ଜେଲ ପାଚେରି ଡେଇଁ ଫେରାର ହୋଇଯାଇଛି। ଏ ବାବଦରେ ଜଣାପଡ଼ିବା ପରେ ଜେଲର୍ ବୈଲୋଚନ ପଣ୍ଡା ସୋର ଥାନାରେ ଅଭିଯୋଗ କରିଛନ୍ତି । ସୋର ପୁଲିସ ସଦଳବଳେ ଘଟଣାର ତଦନ୍ତ କରୁଛି। କିଛି ବର୍ଷ ପୂର୍ବେ ଜଣେ କଏଦି ମଧ୍ୟ ପାଚେରୀ ଡେଇଁ ଫେରାର ହୋଇଯାଇଥିଲା । ଏଠି ପ୍ରଶ୍ନ ଉଠେ ପାଚେରୀ ଡେଇଁ ଅଭିଯୁକ୍ତ ଫେରାର ପାଇଁ ଦାୟୀ କିଏ? କଣ କରୁଥିଲେ ଜେଲର ଓ ୱାର୍ଡର? ନା ଜେଲର ଓ ୱାର୍ଡର ଙ୍କ ମିଳିମିଶି ଅଭିଯୁକ୍ତ କୁ ପାଚେରୀ ଡେଇଁବାରେ ସହଯୋଗ କରିଛନ୍ତି? ଦେଖିବାକୁ ବାକି ରହିଲା ତଦନ୍ତ ର ରିପୋର୍ଟ କଣ ଆସୁଛି?
