*ନୂଆପଡା ଜିଲ୍ଲା ଉପ ନିର୍ବାଚନ ର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ, ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବଳବତ୍ତ ରହିଥିବା ବେଳେ ୫ ଜଣଙ୍କ ପ୍ରାର୍ଥୀତ୍ବ ନାକଚ ନେଇ ସୂଚନା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଉପ ନିର୍ବାଚନ ର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ, ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବଳବତ୍ତ ରହିଥିବା ବେଳେ ୫ ଜଣଙ୍କ ପ୍ରାର୍ଥୀତ୍ବ ନାକଚ ନେଇ ସୂଚନା ଦେଇଛନ୍ତି। ଆଜି ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଅଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ପତ୍ର ଯାଞ୍ଚ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ ନାକଚ ହୋଇଥିବା ରିଟର୍ଣ୍ଣି ଅଧିକାରୀ ପକ୍ଷ ରୁ ପ୍ରକାଶ କରିଛନ୍ତି। ତିନି ପ୍ରମୁଖ ଦଳ ପ୍ରାର୍ଥୀ ବିଜେପି ଜୟ ଢୋଲକିଆ, ବିଜେଡି ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ର ଘାସିରାମ ମାଝୀ ଙ୍କ ପ୍ରାର୍ଥୀତ୍ବ ବଳବତ୍ତ ରହିଅଛି। ପ୍ରାର୍ଥୀପତ୍ର ନାକଚ ହୋଇଥିବା ପ୍ରାର୍ଥୀ ହେଲେ ଦୁଇ ଜଣ ଦଳୀୟ ବହୁଜନ ସମାଜ ପାର୍ଟି ରାଜାରାମ ସାହୁ ଏବଂ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ସିତାରାମ ବେହେରା ଏବଂ ତିନି ଜଣ ସ୍ବାଧୀନ ପୁରୁଷୋତ୍ତମ ବେହେରା, କଳମ କୁମାର ଛତ୍ରିଆ, ଭୁଜବଳ ଆଡ଼ବଙ୍ଗ ପ୍ରାର୍ଥୀତ୍ବ ନାକଚ ହୋଇଅଛି। ସମାଜ ବାଦୀ ପାର୍ଟି ରୁ ରମାକାନ୍ତ ହାତୀ,ବହୁଜନ ମୁକ୍ତି ପାର୍ଟି ରୁ ହେମନ୍ତ ତାଣ୍ଡି,ଓଡ଼ିଶା ଜନତା ଦଳ ରୁ ଶୁକଧର ଦଣ୍ଡସେନା, ସହ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବଳବତ୍ତ ରହିଅଛି।
