୩ମାସ କହି ୩ବର୍ଷ ବିତିଲା ଠିକାଦାର ବାବୁଙ୍କ ପତ୍ତା ନାହିଁ I ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଲାଗି ଚେତାବନୀ।
ଗଜପତି ( ଟିକି ଲିମା)
ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଗମନା ଗମନର ମୌଳିକ ସୁବିଧା ଯୋଗାଇବା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠି ରୁ କୋଟି କୋଟି ଟଙ୍କା ଅନୁମୋଦନ କରି ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ରାସ୍ତା କାମ କରିବାକୁ ଅର୍ଥ ବ୍ୟୟ କରୁଥିଲେ ତତ୍ କାଳିନ କେନ୍ଦ୍ର ଓ ରାଜ୍ୟ ସରକାର I ଗ୍ରାମାଞ୍ଚଳରେ ବାସ କରୁଥିବା ଜନ ସାଧାରଙ୍କ ହିତ ଦୃଷ୍ଟିରେ ଯୋଜନା ମାଧ୍ୟରେ ଲୋକଙ୍କ ପାଖକୁ ଯୋଜନା ପହଞ୍ଚାଇବା ଲକ୍ଷ ଓ ଉଦ୍ଦେଶ୍ୟ ଥିଲା ସରକାରଙ୍କ। ଗଜପତି ଜିଲ୍ଲା ମୋହନା -ନୂଆଗଡ଼ ଦୁଇଟି ବ୍ଲକ ରାସ୍ତା ସଂଯୋଗୀ କରଣ ପାଇଁ କୋଟି କୋଟି ଅର୍ଥ ମଞ୍ଜୁର କରି ଗୁଲୁବା ପଞ୍ଚାୟତର ଲଦିଗୁଡା ଠାରୁ ଚୂଡ଼ଙ୍ଗପୁର ପଞ୍ଚାୟତର ଝରଣପୁର ଭାୟା ଦେଇ ନୂଆଗଡ଼ ବ୍ଲକର କିରମା ପଞ୍ଚାୟତ ଅଧିନସ୍ଥ ଜାରିଙ୍ଗିଦୁଆ ପର୍ଯ୍ୟନ୍ତ କାମ କରିବାକୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ ଦେଶ ୨୦୨୧-୨୦୨୨ ମସିହାରେ ପ୍ରଦାନ କରାଗଲା I ଅଞ୍ଚଳର ଜନ ପ୍ରତିନିଧି ସରପଞ୍ଚ ସମିତି ସଭ୍ୟ ଅଞ୍ଚଳର ଜନସାଧାରଣ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ମାନଙ୍କୁ ନେଇ ୩ ଗୋଟି ପୃଥକ ପୃଥକ ସ୍ଥାନରେ ଧୂପ ଦୀପ ନଡ଼ିଆ ଭାଙ୍ଗି ରାସ୍ତା କାମ ଶୁଭ ଉଦଘାଟନ କରାଯାଇଥିଲା I ଶୁଭ ଉଦ୍ଧଘାଟନ ପରେ ରାସ୍ତା ମାଟି କାମ ଓ ସିସି ରୋଡ଼, ଗାର୍ଡ଼ ୱାଲ କାମ ବି କରିଥିଲେ ଠିକାଦାର ବାବୁ। ହେଲେ ୩ ମାସ ପ୍ରତିସୃତି ବଦଳରେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ଅପୂର୍ଣ୍ଣାଙ୍ଗ ହୋଇ ପଡ଼ି ରହିଛି, ରାସ୍ତା ଖାଲ ଖମା କାଦୁଅ, ଲୋକେ ଚାଲିଯିବାକୁ ଭୟ କରନ୍ତି। ରୋଗୀ ଗର୍ଭବତୀ, ପ୍ରସ୍ତୁତି ମହିଳା ମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଅସମ୍ଭବ, ରୋଗୀଙ୍କୁ ଖଟିଆରେ ନେବାକୁ ହେଲେ ଜୀବନ ପ୍ରତି ବିପଦ ରହିଛି। ଅଞ୍ଚଳ ବାସୀ ଠିକାଦାର ବାବୁଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ ତାର ସୁଫଳ ପାଇ ପାରୁନାହାନ୍ତି I ଗଜପତି ଜିଲ୍ଲା ପାଳଙ୍କୁ ସ୍ୱତନ୍ତ୍ର ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ଅଞ୍ଚଳର ୫ଜଣିଆ ଟିମ୍ I ଅଞ୍ଚଳର ବିଭିନ୍ନ ସମସ୍ୟା ଅଭିଯୋଗ ଆଧାର କରି ପୁଣି ଆଜି ନୂଆଗଡ଼ ବ୍ଲକ କିରମା ପଞ୍ଚାୟତ ଅନ୍ତର୍ଗତ ଜାରିଙ୍ଗିଦୁଆ
