ଦାବି ପୂରଣ ପାଇଁ ସାମୁହିକ ଛୁଟି ଘୋଷଣା କଲେ ଯୋଗାନ ସହାୟକ ସଂଘ।
କାଲିମେଳା – ୧୦/୦୭/୨୦୨୬
ରିପୋର୍ଟ – ସୁକୁମାର ମଣ୍ଡଳ।
ବିଭିନ୍ନ ଦାବି ନେଇ ମାଲକାନଗିରି ଜିଲ୍ଲାର ଯୋଗାନ ସହାୟକ ସଂଘ ବିଭିନ୍ନ ସମୟରେ ସରକାରଙ୍କ ଦ୍ୱାରସ୍ଥ ହେବାକୁ ଦେଖାଯାଇଥିଲା।ଯୋଗାନ ସହାୟକ ସଂଘର କହିବା ଅନୁସାରେ, ରାଜ୍ୟ ତଥା ମାଲକାନଗିରି ଜିଲ୍ଲାର ଯୋଗାନ ସହାୟକ ସଂଘର ସଦସ୍ୟ ମାନେ ଦୀର୍ଘ ଦିନ ଧରି ସେମାନଙ୍କ ବିଭିନ୍ନ ନ୍ୟାୟ ସଂଗତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଏ ପର୍ଯ୍ୟନ୍ତ ସେହି ଦାବି ଗୁଡିକର କୌଣସି ସକାରାତ୍ମକ ସମାଧାନ ହୋଇନାହିଁ। ଏହି ବିଷୟରେ ସଂଘର ସଭାପତି ଶ୍ରୀଯୁକ୍ତ କାର୍ତ୍ତିକ ଭକ୍ତ ଏବଂ ସଂପାଦକ ଶ୍ରୀଯୁକ୍ତ ମିହିର କୁମାର ଦତ୍ତଙ୍କ କହିବା ଅନୁସାରେ ରାଜ୍ୟ ଯୋଗାଣ ସହାୟକ ସଂଘର ପୂର୍ବ ସୂଚିତ, ନିର୍ଦ୍ଧାରିତ ଏବଂ ସର୍ବସମ୍ମତିକ୍ରମେ ରାଜ୍ୟ ତଥା ମାଲକାନଗିରି ଜିଲ୍ଲାର ଯୋଗାନ ସହାୟକ ସଂଘ ୧୦/୦୭/୨୦୨୬ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବୁ। ସେମାନେ ଆହୁରି କହିଥିଲେ ଯେ ଏହି ସମୟରେ ସେମାନେ ନିୟମିତ କାର୍ଯ୍ୟରେ ଯୋଗଦାନ କରି ପାରିବେ ନାହିଁ। ମାଲକାନଗିରି ଜିଲ୍ଲାର ଯୋଗାନ ସହାୟକ ସଂଘ ଶେଷରେ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଉପର ଲିଖିତ ବିଷୟ ପ୍ରତି ସଂଘ ସରକାରଙ୍କୁ ଅବଗତ କରାଉଛନ୍ତି। ଶେଷରେ ସଂଘ ସରକାରଙ୍କ ପାଖରେ ବିନମ୍ର ଅନୁରୋଧ କରିଛନ୍ତି ଯେ ସରକାର ସେମାନଙ୍କ ଦାବି ଗୁଡିକ ପୂରଣ କଲେ ସେମାନେ କାର୍ଯ୍ୟରେ ଯୋଗଦାନ କରି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବେ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ସରକାର କେବେ ଏହି ଯୋଗାନ ସହାୟକ ସଂଘର ଦାବି ପୂରଣ କରୁଛନ୍ତି।
