ବନ ବିଭାଗ ଦ୍ୱାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ତିନି ଅଟକ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା :
ଜଙ୍ଗଲ ନଷ୍ଟ ହୋଇ ଚାଲିଥିବା ବେଳେ ଅନେକ ସମୟରେ ବନ୍ୟ ପ୍ରାଣୀ ଗାଁ ଭିତର କୁ ପଶି ଆସୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତି ରେ ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ପଞ୍ଚାୟତର ପଣ୍ଡି ଗ୍ରାମର ଜଣେ ଚାଷୀ ଜମି କୁ ଯାଇଥିବା ବେଳେ ସେଠାର ଏକ ବିରଳ ବଜ୍ର କାପ୍ତା ଜମିରେ ବୁଲୁଥିବାର ଦେଖି ଥିଲେ। ବିରଳ ପ୍ରାଣୀକୁ ଦେଖି ଘରକୁ ଆଣି ରଖିଥିଲେ । କୌଣସି ସୂତ୍ରରୁ ବନବିଭାଗ ଜାଣିପାରି ଚଢ଼ାଉ କରିଥିଲା ଏବଂ ଏକ ଜୀବିତ ବଜ୍ରକାପ୍ତା ଉଦ୍ଧାର କରିଥିଲା l ଏହି ଘଟଣାରେ ସମ୍ପୃକ୍ତ କିଛି ଲୋକଙ୍କୁ ଜୟପାଟଣା ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଟକ ରଖାଯାଇଛି l ଅପରପକ୍ଷେ ବଜ୍ରକାପ୍ତାକୁ ବିକ୍ରି ପାଇଁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି l ଏସଟିଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l ତଦନ୍ତ ଜାରି ରହିଥିବାରୁ ବନ ବିଭାଗ କିମ୍ବା ଏସଟିଏଫ ଅଧିକାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି l ତଦନ୍ତ ପ୍ରକ୍ରିୟା ସମାପ୍ତ ହେଲେ ପ୍ରକୃତ ଘଟଣା ଜଣାପଡିବ l
ଫଟୋ :- ପଠା ଯାଇଛି l
