“ୟୁନିଅନ ଅଫ ବଡ୍ଡି ଏଣ୍ଡ ମାଇଣ୍ଡ “ର ଥିମ୍ ନେଇ ସୋର ମାରାଥନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।
ସୋର (ଜ୍ୟୋତିପ୍ରକାଶ, ନିପ୍ର, ଭଞ୍ଜଦୂତ):
ସୋର ଶିକ୍ଷକ ଭବନରେ ସୋର ମାରାଥନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ବରେ ସଭା ଆୟୋଜିତ ହୋଇଥିଲା। ସମ୍ପାଦକ ସୌମ୍ୟଶାନ୍ତ ଅମୃତ ପଟ୍ଟନାୟକ ସୋର ମାରାଥନ – ୨୦୨୫ ବିଷୟରେ ସମ୍ୟକ ସୂଚନା ଦେଇ କହିଥିଲେ ଆସନ୍ତା ନଭେମ୍ବର ୩୦ ତାରିଖରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୧୦ କି.ମି ପାଇଁ ୫୦୦ ଓ ୫ କି.ମି. ଦୌଡ଼
ପାଇଁ ୧୦୦ ଟଙ୍କା ରେଜିଷ୍ଟ୍ରସନ ଫି ଧାର୍ଯ୍ୟ କରାଯାଇଛି। ମାରାଥନ ଯଥାକ୍ରମେ ସକାଳ ୬ ଘଟିକା ଓ ୬.୩୦ ମିନିଟ ସମୟରେ ଆରମ୍ଭ ହେବ।ଦୌଡ଼ର ଶୁଭାରମ୍ଭ ଏନ୍.ଏ.ସି. ହାଇସ୍କୁଲ୍, ସୋରର ସମ୍ମୁଖ ଭାଗରୁ ଆରମ୍ଭ ହୋଇ ଅଡ଼ଙ୍ଗ ବଜାର ମଧ୍ୟଦେଇ ବାମ୍ଫି ଛକରୁ ଶିରାପୁର ରାସ୍ତାରେ ୫କି.ମି. ଓ ୧୦ କି.ମି. ଦୌଡ଼ ହେବ । ଅନ୍ତିମ ସୀମା ସୋର ଟାଉନ୍ ହଲ୍ର ସମ୍ମୁଖ ଭାଗରେ ଶେଷ ହେବ । କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ମାରାଥନ୍ରେ ଅଂଶ ଗ୍ରହଣ କରିବା ପାଇଁ ପଞ୍ଜୀକରଣ ନିମନ୍ତେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ରେଜିଷ୍ଟ୍ରେସନ୍ ଚାଲୁରହିଛି । ରେଜିଷ୍ଟ୍ରେସନର ଶେଷ ତାରିଖ ୧୫/୧୧/୨୦୨୫ ରଖାଯାଇଛି। ମାରାଥନ୍ ଦିନ ଅପରାହ୍ନ ଘ.୩.୩୦ରୁ ଘ.୫.୩୦ ଏବଂ ୦୧/୧୨/୨୦୨୫ରିଖ ସକାଳ ଘ.୬.୩୦ମି.ରୁ ଘ୮.୩୦ମି. ପର୍ଯ୍ୟନ୍ତ ରାଧାନାଥ ପଡ଼ିଆରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି । ଚଳିତ ବର୍ଷ ସୋର ମାରାଥନ୍-୨୦୨୫ର ସ୍ଲୋଗାନ- ‘Union of Body and Mind” ବା “ଯୋଗ- ଶରୀର ଓ ମନର ସଂଯୋଗ ।’’ ରଖା ଯାଇ ଏଥି ନିମନ୍ତେ ଏକ ସ୍ବତନ୍ତ୍ର ଲୋଗ ମଧ୍ୟ ପ୍ରସ୍ତୁତ କରାଯାଇଛି । ପ୍ରତିଯୋଗୀ ମାନେ ଅନଲାଇନ ରେଜିଷ୍ଟ୍ରସନ ପାଇଁ www.soromarathan.org ସାଇଟରେ ଯାଇ ରେଜିଷ୍ଟ୍ରସନ କରିପାରିବେ ବୋଲି ମାରାଥନ କମିଟି ତରଫରୁ ସୂଚନା ଦିଆଯାଇଥିଲା। ବୈଠକରେ ଆଗାମୀ ତିନି ବର୍ଷ ପାଇଁ ପଦାଧିକାରୀଙ୍କୁ ଚୟନ କରାଯାଇଥିଲା । ମରାଥାନ କମିଟିର ସଭାପତି ଭାବେ ସଞ୍ଜୟ କୁମାର ଦାସ ନିର୍ବାଚିତ ହୋଇଥିଲେ, ଉପସଭାପତି ଭାବେ ଅବଦୁଲ ଉଦିତ ଖାନ୍, ରଶ୍ମିତା ସାହୁ, କୃଷ୍ଣଚନ୍ଦ୍ର ସାହୁ ଚୟନ ହୋଇଥିଲେ। ସଂପାଦକ ଭାବେ ସୌମ୍ୟଶାନ୍ତ ଅମୃତ ପଟ୍ଟନାୟକ ସହ ସଂପାଦକ ଭାବେ ଭଗବାନ ଲେଙ୍କା, ପ୍ରଦୀପ ବିଶ୍ବାଳ ସଂଗ୍ରାମ ଗୁଇଁ ଆଦ୍ୟାଶା ଦାଶ , କୋଷାଧ୍ୟକ୍ଷ ଭାବେ ରମେଶ ପ୍ରଧାନଙ୍କ ସହ କାର୍ଯ୍ୟକାରୀ ସଦସ୍ୟ ଭାବେ ରବିନ୍ଦ୍ର ନାୟକ, ଅଶୋକ ମହାନ୍ତି, ଉଦ୍ଧବ ଚରଣ ବିଶ୍ଵାଳ, ଅଜିତ ନାୟକ ସହ ମୋଟ ୧୪ ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଥିଲା।
