ମାସିକ କ୍ଲଷ୍ଟର ଲେବେଲ ବୈଠକ।
ବ୍ରହ୍ମପୁର -ଦକ୍ଷିଣପୁର କ୍ଲଷ୍ଟରସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଦରବାଲୀ ଠାରେ ମାସିକ କ୍ଲଷ୍ଟର ଲେବେଲ ବୈଠକ (mcm)ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଲାଞ୍ଜିଆ ସମିତି ସଭ୍ୟ ତଥା ଏହି ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ କାହ୍ନୁ ଚରଣ ପାତ୍ର ନିମନ୍ତ୍ରିତ ଅଥିତୀ ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ବ କରିଥିଲେ । ଦକ୍ଷିଣପୁର କ୍ଲଷ୍ଟର ର ୧୨ଟି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଓ ଏଫ.ଏଲ.ଏନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ଆମ୍ବଗଡ ବିଦ୍ୟାଳୟର ସୁନିତା ସାହୁ ଓ ଜନତା ସାହୁ, ଗୁଣ୍ଠବନ୍ଧ ବିଦ୍ୟାଳୟର ସୁଜାତା କୁମାରୀ ସାହୁ ଓ ରୁନୁ ବରଡ,ଦକ୍ଷିଣ ପୁର ବିଦ୍ୟାଳୟ ଏ. ପୁଷ୍ପଲତା ଓ ମନୀଷା ବଡମୁଣ୍ଡି, ଲାଞ୍ଜିଆ ବିଦ୍ୟାଳୟର ନମିତା ମହାରଣା ଓ ରଞ୍ଜୁଲତା ପଟ୍ଟନାୟକ, ବାଳକୃଷ୍ଣପୁର ବିଦ୍ୟାଳୟର ଶଶୀରେଖା ମଲ୍ଲିକ ଓ କଲ୍ୟାଣୀ ତ୍ରୀପାଠୀ, ଭେନୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଳକା ମିଶ୍ର ଓ ଦେବକୀ ମଳିକ, ଭଗବାନପୁର ବିଦ୍ୟାଳୟର କନକଲତା ମହାନ୍ତି ଓ ଶିବାନନ୍ଦ ସାହୁ, ବୁଦାଲୁଣ୍ଡି ବିଦ୍ୟାଳୟର ମହାଲକ୍ଷ୍ମୀ କର , ବାଘଝରି ବିଦ୍ୟାଳୟର ସରସ୍ବତୀ ଅlଚାରୀ, ବିରିବାଡିଆ ବିଦ୍ୟାଳୟର ସୋମିୟ ରଞ୍ଜନ ଦାସ, ତଳକୂମ୍ଭାଝରି ର ସୁଶ୍ରୀ ସଂଗୀତା ପାତ୍ର ଓ ଏସ.ଏସ କୁମ୍ଭାଝରି ର ପି. ନରସିଂହ ଯୋଗ ଦେଇଥିଲେ । କ୍ଲଷ୍ଟର ସି ଆର୍ ସି ସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ବୈଠକକୁ ପରିଚାଳନା କରିଥିଲେ । ବୈଠକ ଚାଲି ଥିବା ସମୟରେ କୁକୁଡାଖଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଅଚାନକ ଏମ.ସି.ଏମ କୁ ପରିଦର୍ଶନରେ ଆସି ସମୀକ୍ଷା କରିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଏମ.ସି.ଏମ ର ଉଦ୍ଧେଶ୍ୟରେ ତାର ଲକ୍ଷ୍ୟ ଓ ଏହା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ଲାଭ କଣ ତାହା ବୁଝାଇଥିଲେ ଓ ଉପସ୍ଥିତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ । ତତ୍ ପରେ ଏମ. ସି. ଏମ ସମ୍ପର୍କିତ ବିଭିନ୍ନ ରେକର୍ଡ ଗୁଡିକୁ ମାଗି କିପରି ଲିପିବଦ୍ଧ ଅଛି ଦେଖିଥିଲେ ।ଶେଷରେ ସିଆରସିସି ଦୁଷ୍ମନ୍ତ ପଟନାୟକ ଙ୍କୁ ଏମ.ସି.ଏମ କାର୍ଯ୍ୟ ଚାଲୁ ରଖିବାପାଇଁ ଆଦେଶ ଦେଇ ବିଦାୟ ନେଇଥିଲେ ।
