**** ବିପଦ ଶଂକୁଳ ଅବସ୍ଥାରେ ସବଷ୍ଟେସନ****
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂରେ ଥିବା ଇଲେକ୍ଟ୍ରି ସବଷ୍ଟେସନ ଉପରେ ଗଛ ମାଡିଯିବାରୁ ଲୋଭଲେଟଜ ସହିତ ବାରମ୍ବାର ବିଦ୍ୟୁତ କଟୁ ଥିବା ସମସ୍ୟା ଭିତରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ଜନଜୀବନ l ସମାଧାନ ଉପରେ କୌଣସି ପଦେକ୍ଷପ ନିଆଯାଉନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି lପ୍ରବଳ ଗରମ ସମୟରେ ବିଦ୍ୟୁତ ନକାଟିବା ପାଇଁ ସରକାର ଘୋଷଣା କରିଥିବା ବେଳେ ଏହି ନିୟମ କୁ ଫୁ କରି ଉଡେଇ ଦେଇଛି ଏରସମା ବିଦ୍ୟୁତ ସେକ୍ସନ l
ବର୍ଷା ହେଉ ବା ନହେଉ ସାମାନ୍ୟ ମେଘ ଉଠେଇଲେ ସାଙ୍ଗେ ସାଙ୍ଗେ ବିଦ୍ୟୁତ କାଟ l ସତେ ଯେମିତି ମେଘ ଏବଂ ବିଜୁଳିର ସମ୍ପର୍କ ଦେଢ଼ୁଶୁର ଭାଇବୋହୁ l ବିଜୁଳି ତାର ଯାଇଥିବା ରାସ୍ତାରୁ ଡାଳପତ୍ର ସଫାକରି ଭବିଷ୍ୟତ ବିଦ୍ୟୁତ ସରାବରାହ ପାଇଁ ଜନସାଧାରଣ ତରଫରୁ ଦାବି କରାଯାଉଅଛି l ଏଥିରେ କାଳକ୍ଷେପଣ ନୀତି ଅବଲମ୍ବନ କରାଗଲେ ପରବର୍ତୀ ଅପ୍ରୀତି କର ପରିସ୍ଥିତି ପାଇଁ ସମ୍ପୃକ୍ତ ବିଭାଗ ଦାୟୀ ରହିବ l
