*ଭାରସାମ୍ୟ ହରାଇ ଓଲଟି ପଡ଼ିଲା ୧୦ ଚକିଆ ଯାନ।*
ବସ୍ତା:- (ନି ପ୍ର) ଫଟୋ
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଇପାସ୍ ଅନତି ଦୂରରେ ଏକ ୧୦ ଚକିଆ ଯାନ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ସୂଚନା ଅନୁସାରେ ଆଜି ଅପରାହ୍ନ ୪ ଟା ସମୟରେ ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଆସୁଥିବା ଏକ ଝୋଟ ବୋଝେଇ ଗାଡି ବସ୍ତା ବାଇପାସ୍ ପାଖରେ ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର ର ଅଳ୍ପକେ ବଞ୍ଚି ଯାଇଥିଲେ। ସୂଚନା ଥାଉକି ବସ୍ତା ବାଇପାସ୍ ପାଖରେ ଗାଡ଼ି ଆଗରେ ଏକ ଗୋରୁ ଆସିବାରୁ ଡ୍ରାଇଭର ଅଚାନକ ବ୍ରେକ ମାରିଥିଲେ, ଯାହା ଦ୍ଵାରା ଭାରସାମ୍ୟ ହରାଇ ଗାଡ଼ିଟି ବାମ ପାର୍ଶକୁ ଓଲଟି ପଡିଥିଲା। ଗାଡ଼ିଟି ପଶ୍ଚିମବଙ୍ଗ ରୁ ଝୋଟ ନେଇ ବାଲେଶ୍ଵର ଜିଲ୍ଲା ରୂପସା ସ୍ଥିତ ଝୋଟ ମିଲକୁ ଆସୁଥିଲା।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
