ଜେନାପୁର ଠାରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ. ହୋଇଯାଇଛି
ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ବାଲିଯାତ୍ରା ପଡିଆ ଠାରେ ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ପଟିମୂର୍ତି ନିକଟରେ ତାଙ୍କର ଜନ୍ମ ଜୟନ୍ତୀ ଉତ୍କଳ ମଣି ସେବା ସଂଗଠନ ପକ୍ଷରୁ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ରେ ପ୍ରାରମ୍ଭ ରେ ଗୋପବନ୍ଧୁଙ୍କ ସ୍ମୃତି ଉଦ୍ଧେଶ୍ୟ ରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ ର ଆନିକୋଟ ନିକଟସ୍ଥ ଘାଟ ମଙ୍ଗଳା ମନ୍ଦିର ପରିସରରେ ଚାର ରୋପଣ କରାଯାଇଥିଲା.ଓ ଛୋଟ ଛୋଟ ପିଲାଙ୍କ ଦ୍ଵାରା ଦରଦୀ ଗୋପବନ୍ଧୁଙ୍କ ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ. ଏହାପରେ ଏକ ସଭାରେ ସଙ୍ଗଠନ ର ସଭାପତି ଲୋକନାଥ ପୁରୀ ଙ୍କ ସଭାପତିତ୍ବରେ ରେ ମୁଖ୍ୟ ଅତିଥି ଭାବେ ପ୍ରଫୁଲ୍ଲ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଅଜୟ କୁମାର ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ସ୍ୱାଇଁ, ପଦ୍ମନାଭ ଶତପଥୀ,. ରାଜକିଶୋର ସାମଲ, ଚିତରଞ୍ଜନ ସାମନ୍ତ ପ୍ରମୂଖ ଯୋଗ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ନୀତି, ଆଦର୍ଶ ସେବା, ଓ ଗୁଣଗାନ କରିବା ସହ ତାଙ୍କର ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ. ଏହି କାର୍ଯ୍ୟକ୍ରମରେ ରେ . ସଂଘଠନ ର ଉପଦେଷ୍ଟା ମଣ୍ଡଳୀ ଏବଂ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ. ଯାଜପୁର ଜିଲ୍ଲା ଧର୍ମଶାଳା କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
