*ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ନ୍ୟାୟ ସମାବେଶ, ରାଜ୍ୟ ସଭାପତି ଭକ୍ତଚରଣ ଦାଶ ଶୋଭାଯାତ୍ରା ରେ ସାମିଲ, ମୁଖ୍ୟ ମନ୍ତ୍ରୀ ଜିଲ୍ଲାବାସୀ ଙ୍କୁ ନିର୍ବାଚନ ଭୁଆଁ ଏବଂ ଠକି ଦେଇଛନ୍ତି ବୋଲି ପ୍ରକାଶ* ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ନ୍ୟାୟ ସମାବେଶ, ରାଜ୍ୟ ସଭାପତି ଭକ୍ତଚରଣ ଦାଶ ଙ୍କ ଶୋଭାଯାତ୍ରା ରେ ସାମିଲ, ହୋଇଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀ ଙ୍କୁ ନିର୍ବାଚନ ଭୁଆଁ ଏବଂ ଠକି ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେ କହନ୍ତି ଜିଲ୍ଲା ରେ ମେଡିକାଲ କଲେଜ ଘୋଷଣା ହେଲା, ସୁନାବେଡ଼ା ଅଭୟାରଣ୍ୟ ପାଇଁ କିଛି ଘୋଷଣା ହୋଇଛି କି ବୋଲି ପ୍ରକାଶ କରିଛନ୍ତି। ନ୍ୟାୟ ଶୋଭାଯାତ୍ରା କୋମନା ଠାରୁ ଶହ ଶହ ବାଇକ୍ ରେଲି ଆରମ୍ଭ ହୋଇ ନୂଆପଡ଼ା ଜିଲ୍ଲା ସଦର ମହକୁମା ପହଞ୍ଚି ଅଛି। ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ଏକ ନ୍ୟାୟ ସମାବେଶ ଅନୁଷ୍ଠିତ ହେବ।
