*ନୂଆପଡ଼ା ଜିଲ୍ଲା କୁ ଦ୍ଵିତୀୟ ଥର ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା, ଆବଶ୍ୟକ ଦାବୀ ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କୁ ଦ୍ଵିତୀୟ ଥର ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା, ଆବଶ୍ୟକ ଦାବୀ ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ହେଇଥିଲେ। ଆଜି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିବା ବେଳେ ଜିଲ୍ଲା ର ତିନି ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୨୪/୭ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଥିଲେ। ସେହିପରି ଖରୀଆର ରୋଡ ଠାରେ ତିନି ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମୀକ୍ଷା ବୈଠକ ରେ ଯୋଗଦେଇଥିଲେ। ଖରୀଆର ରୋଡ ଏନ୍ ଏ ସି ରେ ବହୁଦିନ ଦାବୀ ନୂତନ କାର୍ଯ୍ୟାଳୟ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଆଉ ଏକ କୋଟି ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଖରୀଆର ରୋଡ ଠାରେ ଏକ ଗୋଶାଳା ନିର୍ମାଣ ହେବ। ସମସ୍ତ ଦାବୀ ଉପରେ ସରକାର ଗୁରୁତ୍ବ ସହ ନିଷ୍ପତ୍ତି ନେବ।ବୈଠକ ରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡ଼ ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା,ନିର୍ବାହୀ ଅଧିକାରୀ କମଳା ରଥ ଯୋଗ।
