*ନୂଆପଡ଼ା ଜିଲ୍ଲା ସ୍ବାଧୀନ ସଂଗ୍ରାମ ରେ ଅଗ୍ରଣୀ ଭୂମିକା ନେଇଥିବା ରକ୍ତ ତୀର୍ଥ ସଲିହାଗଡ ରେ କ୍ରାନ୍ତି ଦିବସ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସ୍ବାଧୀନ ସଂଗ୍ରାମ ରେ ଅଗ୍ରଣୀ ଭୂମିକା ବହନ କରିଥିବା ବେଳେ ସଂଗ୍ରାମର ପ୍ରାଥମିକ ଅବସ୍ଥା ରେ ସଲିହା ଗଡ ଠାରୁ ଇଂରେଜ ଶାସନ ବିରୁଦ୍ଧରେ ସ୍ବର ଉତ୍ତୋଳନ ହୋଇଥିଲା। ସେପ୍ଟେମ୍ବର ୩୦ ତାରିଖ ୨୯୩୦ ମସିହାରେ ସେଦିନ ସଂଗ୍ରାମୀ କେଜୁଦାଶ ବାବା, ପାର୍ବତୀ ବାଇ ଭଳି ୨୩ ଜଣ ଭାରତୀୟ ସଂଗ୍ରାମୀ ଇଂରେଜ ଶାସନ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ। ଚରି ଓ ରନୱା ନାମକ ଦୁଇ ଗୋଟି ଟ୍ୟାକ୍ସ ଗୋ ସମ୍ପଦ ଚାରଣ ଏବଂ ଜଙ୍ଗଳ ରୁ ଜାଳେଣି କାଠ ସଂଗ୍ରହ ଉପରେ ଲଗାଇ ଥିଲେ। ଏହି ଦୁଇ ଟ୍ୟାକ୍ସ ବିରୁଦ୍ଧରେ ସାଲିହା ଠାରେ ସଂଗ୍ରାମୀ ଏକତ୍ରିତ ହୋଇଥିଲେ। ସେଠାରେ ଇଂରେଜ ସୈନିକ ଗୁଳି ଚାଳନା କରିଥିଲେ। ଦୀର୍ଘ ୯୫ ବର୍ଷର ସେହି ବୀର ସଂଗ୍ରାମୀଙ୍କ ସ୍ମୃତି ରେ ଆଜି ସାଲିହାଗଡ ଠାରେ କ୍ରାନ୍ତି ଦିବସ ପାଳିତ ହୋଇଅଛି। ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସ ଯୋଗ ଦେଇ ସେହି ପରିବାରର ଦାୟଦ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏସପି ଅମୃତ ପାଲ ସିଂ, କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଖାମ୍ ସିଂ ମାଝୀ, ଖରୀଆର ରୋଡ ଏନ ଏ ସି ଅଧ୍ୟକ୍ଷା ଡ଼.ସୋନିଆ ଜୈନ୍, ଶିବା ପ୍ରସାଦ ବେହେରା, ହୋମ ସିଂ ମାଝୀ, ଜୟ ଢୋଲକିଆ, ବାସୁଦେବ ସୁନାନି, ପୂର୍ବତନ ସାଂସଦ ଚୁନିଲାଲ ସାହୁ, ଯଦୁମଣି ପାଣିଗ୍ରାହୀ,ପ୍ରମୁଖ ଯୋଗ ଦେଇଥିଲେ।
