ଦିବଂଗତ ସାମ୍ବାଦିକଙ୍କ ଶ୍ରାଦ୍ଧ ଦିବସ ପାଳନ :
ବାଲେଶ୍ଵର (ସମ୍ବିତ ବେହେରା)
ବାଲେଶ୍ବର ଜିଲ୍ଲା ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀଙ୍କ ପୈାରହିତ୍ୟରେ ଦିବଂଗତ ସାମ୍ବାଦିକ ମିହିର ପାଣିଗ୍ରାହୀଙ୍କ ଶ୍ରାଦ୍ଧ ଦିବସ ସ୍ଥାନୀୟ ସାମ୍ବାଦିକ ପ୍ରକୋଷ୍ଠରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ବର ପୈାରପାଳିକା ଅଧ୍ୟକ୍ଷା ସବିତା ସାହୁ, ବରିଷ୍ଠ ସାମ୍ବାଦିକ ରବି ରାଉତ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ଓ ସାମ୍ବାଦିକତା କ୍ଷେତ୍ରରେ ବାଲେଶ୍ବରରେ ମିହିର ବାବୁଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଦୁଇଜଣ ଯୁବ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ବରିଷ୍ଠ ସାମ୍ବାଦିକ ଗଗନ କୁମାର ସେଠୀ, ବଂଶୀଧର ଦଳେଇ, ସନ୍ଦୀପ୍ତ ଦାସ, ସମ୍ବିତ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଶ୍ରାଦ୍ଧ ଦିବସ ପାଳନ ଅବସରରେ ବହୁ ସାମ୍ବାଦିକ ଯୋଗ ଦେଇ ଦିବଂଗତ ସାମ୍ବାଦିକ ମିହିର ପାଣିଗ୍ରାହୀଙ୍କ ସ୍ମୃତି ଚାରଣ କରିଥିଲେ।
