ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସ୍ଵସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ
ଯାଜପୁର/(ଭଞ୍ଜଦୂତ ଖବର:ନିପ୍ର)ରିପୋର୍ଟର:ସରୋଜ କୁମାର ଧଳ
ଶ୍ରମ କମିଶନର,ଓଡିଶାଙ୍କ ନିର୍ଦ୍ଦେଶରେ “ସ୍ୱସ୍ଥ ନାରୀ,ଶସକ୍ତ ପରିବାର ଅଭିଯାନ” ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଯାଜପୁର ରୋଡ, ଯାଜପୁର ରେ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା l ଏତଦବ୍ୟତୀତ ଆଜି ତା ୨୫. ୦୯. ୨୦୨୫ ରିଖ ଏକ ସମୟରେ ଦୁଇଟି ସ୍ଥାନ ଯଥା ଧର୍ମଶାଳା ବ୍ଲକ କାଇମା ସ୍ଥିତ କଲ୍ଯାଣ ମଣ୍ଡପ ଏବଂ ବରି ବ୍ଲକ ବରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଚି l ଧର୍ମଶାଳାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ଯ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଦେବାଶିଷ ଜେନା, ସହକାରୀ ଶ୍ରମ ଅଧିକାରୀ ଶ୍ରୀମତି ସୁଶ୍ରୀ ସଙ୍ଗୀତା ସ୍ଵାଇଁ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ଯ ରଞ୍ଜନ ବେହେରା,TPNODL ର ଡାକ୍ତର ପ୍ରତୀକ୍ଷା ସାହୁ, ଡାକ୍ତର ପ୍ରିୟଙ୍କା ମଞ୍ଜରି ସାହୁ ଯୋଗ ଦେଇଥିଲା ବେଳେ ବରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ବରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସବ୍ୟସାଚୀ ଦାସ, ଡାକ୍ତର ଶଶିକାନ୍ତ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଧିର କୁମାର ସାହୁ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ l ଏଥିରେ ମୁଖ୍ୟତଃ ମହିଳା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ଉପାଦେୟ ପରାମର୍ଶ ଦିଆଯିବା ସହିତ ଔଷଧ ଯୋଗାଇ ଦିଆଯାଇଥିଲା l ଆୟୋଜିତ ଉକ୍ତ ସ୍ଵତନ୍ତ୍ର ଶିବିରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ମାନେ ଶିବିରକୁ ସୂଚାରୁ ରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ l ଏହି ଶିବିରରେ ବରି ରେ ସତୁରି ରୁ ଉର୍ଦ୍ଧ୍ଵ ଏବଂ ଧର୍ମଶାଳା ରେ ଶହେରୁ ଉର୍ଦ୍ଧ୍ଵ ଶ୍ରମିକ ଯୋଗ ଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ l
