ଖବର ପ୍ରକାଶନ ପରେ ହିତାଧିକାରୀଙ୍କୁ ଭତା ଟଙ୍କା ପ୍ରଦାନ
ଡେଲାଙ୍ଗ,( ଚିତ୍ତରଞ୍ଜନ ଜେନା)ଏସ୍ : ଡେଲାଙ୍ଗ ବ୍ଲକ ଘନିପୁର ପଂଚାୟତରେ ହିତାଧିକାରୀମାନେ ଭତା ଟଙ୍କା ପାଇବାରେ ବଂଚିତ ହୋଇ ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପରେ ବ୍ଲକ ପ୍ରଶାସନର ଘଟଣାକୁ ଗୁରୁତ୍ତର ସହିତ ଗ୍ରହଣ କରିଥିବା ବେଳେ ହସ୍ତକ୍ଷେପ କରି ଘନିପୁର ପଂଚାୟତର ହିତାଧିକାରୀମାନେ ମଙ୍ଗଳବାର ଭତା ଟଙ୍କା ପ୍ରଦାନ କରାଯାଇଥିବା ନେଇ ବିଡିଓ କ୍ଷିତିଶ ଚନ୍ଦ୍ର ବେହେରା ସୁଚନା ଦେଇଛନ୍ତି । ସୁଚନା ଥାଉକି ଘନିପୁର ପଂଚାୟତର ଅନାସ୍ଥା ପ୍ରସ୍ଥାବ ଭୋଟରେ ପରେ ଜିଲ୍ଲାପାଳ ନାଏବ ସରପଂଚ କାମିନୀ ରାଉତରାୟଙ୍କୁ ସରପଂଚ ଦାୟିତ୍ୱ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଦାୟିତ୍ୱ ହସ୍ତାନ୍ତର ନକରିବାରୁ ଉନ୍ନତି ମୁଳକ କାର୍ଯ୍ୟ ପୁରା ଠପ ହୋଇଥିଲା । ଏବଂ ପଂଚାୟତରୁ ପ୍ରତିମାସରେ ପାଉଥିବା ୬ଶହ ହିତାଧିକାରୀ ଭତା ଟଙ୍କା ପାଇବାରୁ ବଂଚିତ ରହିଥିଲେ । ଏନେଇ ନାଏବ ସରପଂଚଙ୍କ ସମେତ ଔର୍ଡ ସଭ୍ୟ/ସଭ୍ୟା ମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସହିତ ବିଡିଓଙ୍କୁ ଲିଖିତ ଆକାରରେ ଅଭିଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହେବା ସରପଂଚଙ୍କ ଦସ୍ତଖତ ସୋମବାର ବ୍ୟାଙ୍କରେ ପରିବର୍ତନ କରାଯାଇ ନାଏବ ସରପଂଚଙ୍କୁ ସମ୍ପୁର୍ଣ୍ଣ କ୍ଷମତା ଦିଆଯାଇଛି । ଯାହା ଫଳରେ ପଂଚାୟତର ହିତାଧିକାରୀଙ୍କୁ ନାଏବ ସରପଂଚ କାମିନୀ ରାଉତରାୟ ଏବଂ ଔର୍ଡ ସଭ୍ୟମାନେ ଉପସ୍ଥିତ ରହି ଭତା ଟଙ୍କା ବଂଟନ କରଯାଇଥିବା ବିଡିଓ ଶ୍ରୀବେହେରା ସୁଚନା ଦେଇଛନ୍ତି । ଅନ୍ୟପଟେ ବ୍ଲକ ପ୍ରଶାସନ ପକ୍ଷରୁ ଆଇନଗତ ଭାବେ ଲଟକା ଜାରି କରାଯାଇ ଖୁବଶିଘ୍ର ନାଏବ ସରପଂଚଙ୍କୁ ସରପଂଚ ଦାୟିତ୍ୱ ତୁଲାଇବା ପାଇଁ କ୍ଷମତା ଦିଆଯିବା ସହ ପଂଚାୟତର ଉନ୍ନୟନ ମୁଳକ କାର୍ଯ୍ୟ ଯଥା ଶିଘ୍ର ଆରମ୍ଭ କରାଯିବ ।
