ସିଂହପୁର ଡାକ ବଙ୍ଗଳା ର ପୂର୍ଣ୍ଣଉଦ୍ଧାର କେବେ ହେବ ଲୋକ ଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର ସରୋଜ କୁମାର ଧଳ
ସିଂହପୁର ଜଳସେଚନ ବିଭାଗ ର ସବାଖିଆ ନିତି ଯାହା ସାଧାରଣ ଲୋକ ଙ୍କର ଚର୍ଚ୍ଚା ର ବିଷୟ ପାଲଟିଛି କାରଣ ସିଂହପୁର ସ୍ଥିତ ଏହି ଡାକ ବଙ୍ଗଳା ଟି କାହିଁ କେଉଁ ବ୍ରିଟିଶ ଅମଳରୁ ରହିଛି ଯେଉଁ ଡାକ ବଙ୍ଗଳା ରେ ରାଜ୍ୟ ସରକାର ଙ୍କ ଜଳ ସେଚନ ସେସନ୍ ଅଫିସ୍ ଓ ପି,ଡବ୍ଲୁଡି ଅଫିସ୍ ମଧ୍ୟ ପରିଚାଳନା ହେଉଛି କିନ୍ତୁ ଏଠି ଦୁଃଖ ଓ ପରିତାପ ର ବିଷୟ ଏହି ଡାକ ବଙ୍ଗଳା ରେ ନିର୍ମାଣ ହୋଇଥିବା ଗ୍ରୁହ ପ୍ରାୟ ୭୦ ବର୍ଷ ରୁ ଉର୍ଦ୍ଧ ସେ ବି ପୁଣି ସିମେଣ୍ଟ ନିର୍ମିତ ଜୋଡେଇ ନୁହେଁ ମାଟି କାଦୁଅର ଜୋଡେଇ ନିର୍ମିତ କାନ୍ଥ ଓ ସିମେଣ୍ଟ ପ୍ଲାଷ୍ଟର ଓ ଆଜବେଷ୍ଟସ ର ଛପର ଯାହା କୁ ବାରମ୍ବାର ପୁନରୁଦ୍ଧାର ପାଇଁ ରାଜକୋଷରୁ ବର୍ଷ କୁ ବର୍ଷ ଯୋଜନା କରି ଅର୍ଥ ମଞ୍ଜୁର କରାଯାଇ ଥାଏ ଓ ଏହା ଠିକାଦାର ଓ ଅଫିସ୍ ର ବାବୁ ମାନଙ୍କ ପାଇଁ ଏକ ରୋଜଗାର ର ଚରାଭୂଇଁ ପାଲଟିଛି କାରଣ ବାଡ ଯଦି ଫସଲ ଖାଏ ଦୋଷ ଦେବା କାହାକୁ ଜଦି ଏହା ନ ହେଉଥାନ୍ତା ତାହାହେଲେ କଣ ବାରମ୍ବାର ବ୍ରିଟିଶ ଅମଳରୁ ହୋଇ ଥିବା ଘରକୁ ଖାଲି କେତୋଟି ଆଜବେଷ୍ଟସ ବଦଳାଇ ସେବି ପୁଣି ପୁର୍ବ ନିର୍ମିତ କାଠରେ ଓ ମାଟିରେ ଜୋଡେଇ ହୋଇ ଥିବା କାନ୍ଥ ରେ ପ୍ଲାଷ୍ଟର କରି ଲକ୍ଷ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ହୋଇଥାନ୍ତା ଏହିଠାରେ କହି ରଖିବାକୁ ଚାହୁଁ କି ଖୋଦ୍ ଜଳସେଚନ ବିଭାଗର ଜେ,ଇ ଉପସ୍ଥିତ ଥାଇ ମଧ୍ୟ ଏମିତି ଉକ୍ତ ବିଲ୍ଡିଙ୍ଗ ରେ କେଉଁ ଷ୍ଟ୍ରେନ୍ଥ ଦେଖି ରିପାରିଙ୍ଗ ପାଇଁ ଅନୁମତି ଦେଲେ ଯେଉଁଥିରେ ବନ୍ୟା, ବାତ୍ୟା ଆସିଲେ ଏଠିକାର ବହୁ ଲୋକଙ୍କ ର ଆଶ୍ରୟ ସ୍ତଳି ପାଲଟିଥାଏ ଯାହା ଆଜି ସାଧାରଣ ଲୋକ ଙ୍କ ମନରେ ସନ୍ଦେହ ଉପୁଜୁଛି
