ଡେଲାଙ୍ଗ (ଚିତ୍ତରଞ୍ଜନ ଜେନା) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା କାର୍ଯ୍ୟରତ ସିଆରପି, ଏମ୍ବିକେ, ବ୍ୟାଙ୍କମିତ୍ର ମାନେ ବିଭିନ୍ନ ଦାବି ନେଇ ଦୁଇଦିନ ଧରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଓଏଲଏମ ଅଫିସ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ଦାବି ଗୁଡିକ ମଧ୍ୟରେ ୬ମାସର ବକେୟା ଦରମା ପ୍ରଦାନ ସହିତ ଦରମା ନିୟମିତ କରିବା ଦାବି ନେଇ ଏହି ଆନ୍ଦୋଳନ କରିଛନ୍ତି। ଡେଲାଙ୍ଗ ସଙ୍ଘ ସଭାପତି ଜୟନ୍ତୀ ପ୍ରଧାନ ଓ ସମ୍ପାଦକ ସବିତା ବରାଳ ଙ୍କ ନେତୃତ୍ୱରେ ଚାଲିଛି। ଦାବୀ ପୂରଣ ନହେଲେ ବଡ ଧରଣର ଆନ୍ଦୋଳନ ହେବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଇନି ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।
