ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର କ୍ଷେତ୍ରୀୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ।
ବ୍ରହ୍ମପୁର -ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ସହବନ୍ଧିତ ବିଦ୍ୟାଳୟ ମାନଙ୍କର ଜ୍ଞାନବିଜ୍ଞାନ ମେଳା ସ୍ଥାନୀୟ ଅରବିନ୍ଦନଗର ତୃତୀୟ ଗଳିସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ପ୍ରତିଷ୍ଠାତା ଶ୍ରୀମହନ୍ତ କମଳାକାନ୍ତ ଦାସ ମହାରଜଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ସମ୍ପାଦକ ରଞ୍ଜନ କୁମାର ସାହୁ, ସଂସ୍ଥାନ ର ପରୀକ୍ଷା ପରିଚାଳିକା ଉଷାରାଣୀ ତ୍ରିପାଠୀ, ବିଦ୍ୟାଳୟ ର ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡା, ଯୁଗ୍ମ ସମ୍ପାଦିକା କୁନି ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ବିଜ୍ଞାନ ପ୍ରକଳ୍ପ ବିଚାରକ ରୂପେ ଜୟସେନ ପ୍ରଧାନ, ଅବନୀ କୁମାର ପାଢ଼ୀ, ରିତାରାଣୀ ବେହେରା, ଏମ ସନ୍ଦୀପା ରାଣୀ, ଜନ୍ମୟ ପଟ୍ଟନାୟକ, ଏ କାମରଜୁ ପାତ୍ର, ବସନ୍ତ କୁମାର ସାହୁ, ପ୍ରଦୀପ କୁମାର ରାଉତ, ଜିତେନ୍ଦ୍ର ମହାନ୍ତି, ବନମାଳୀ ନାୟକ, ଉଷାରାଣୀ ପଣ୍ଡା, ସାନ୍ତୁନୁ କୁମାର ପାଣି, ଚତୃଭୁଜ ଭୂୟାଁ ପ୍ରମୁଖ ଉପସ୍ଥିତ ଶିଶୁ ମାନଙ୍କ ପ୍ରକଳ୍ପ ପ୍ରଦର୍ଶନ ସହ ଉଚ୍ଚକୋଟୀର ପ୍ରକଳ୍ପ ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।କୃତି ପ୍ରତିଯୋଗୀ ମାନେ ହେଲେ ଆଦିତ୍ୟ କୁମାର ସାହୁ, ଅଂଶୁମାନ ପ୍ରସାଦ, ପ୍ରଜିତ ଦାସ, ଶ୍ରୀୟଂସ ଦାସ, ଦିଦ୍ୟାଂସି ବେହେରା,ଅଲିନି ପ୍ରିୟା ପତି, ପି ଆୟୁଷ୍ମାନ ସୁବୁଦ୍ଧି, ପି ପ୍ରିୟାରାଣୀ ସୁବୁଦ୍ଧି, ଆଦ୍ୟାଶ, ଅନୁପ୍ରିୟା ପ୍ରମୁଖ ପୁରସ୍କୃତ ହୋଇଥିଲେ। ଏହିଥିରେ ପ୍ରାୟ ୧୩ଟି ବିଦ୍ୟାଳୟ ରୁ ୧୦୦ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା। ସଂସ୍ଥାନ କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶୋଇ, ଯୋଗ ଓ ଶାରୀରିକ ପ୍ରମୁଖ ମୃତ୍ୟୁଞ୍ଜୟ ବିଶୋଇ, ପ୍ରଧାନଚାର୍ଯ୍ୟ ରାଜେନ୍ଦ୍ର ପଟ୍ଟନାୟକ, ରମେଶ ଚନ୍ଦ୍ର ପ୍ରଧାନ, ରମଣୀ ରଞ୍ଜନ ପାଣିଗ୍ରାହୀ, ମିନାକ୍ଷୀ ସାହୁ, ଇତିଶ୍ରୀ ଦାସ, ଗୋବିନ୍ଦ ବେହେରା, ନୀଳାଞ୍ଚଳ ଦାସ, ସରୋଜ କୁମାର ମିଶ୍ର ପ୍ରମୁଖ ଗୁରୁମା ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
