ଡ଼ଃ ପ୍ରସନ୍ନ ଦଳେଇ ସାହିତ୍ୟ ରତ୍ନାକର ସମ୍ମାନ ରେ ସମ୍ମାନୀତ।
କବିସୂର୍ଯ୍ୟନଗର -କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅତି ନିପଟ ମଫସଲ ଗାଁ ନନ୍ଦିଆଗଡ଼ ରୁ ଜନ୍ମିତ ଡ଼ଃ ପ୍ରସନ୍ନ ଦଳେଇ ସାହିତ୍ୟ ରତ୍ନାକର ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି। ସେପ୍ଟେମ୍ବର ୧୪ଆନ୍ତର୍ଜାତୀୟ ହିନ୍ଦୀ ଦିବସ ଅବସରରେ ତାଙ୍କୁ ଦିଲ୍ଲୀ ଠାରେ ଏହି ସମ୍ମାନ ରେ ସମ୍ମାନୀତ କରାଯାଇଛି। ଇଁରାଜୀ ସାହିତ୍ୟ ପାଇଁ ତାଙ୍କର ଅବଦାନ ସାରା ବିଶ୍ୱ ରେ ଆଦରଣୀୟ ହୋଇପାରିଛି।ତାଙ୍କର ଉଚ୍ଚକୋଟିର ସାହିତ୍ୟ ପାଇଁ ସେ ବିଶ୍ୱର ବିଭିନ୍ନ ଦେଶ ରୁ ସମ୍ମାନୀତ ହୋଇଛନ୍ତି।ତାଙ୍କର ସାହିତ୍ୟ ସାଧନା ଆଗାମୀ ଯୁବ ପିଢିଙ୍କୁ ପ୍ରେରଣା ର ଉତ୍ସ ହୋଇପାରିଛି। ସାହିତ୍ୟ ସଂଗୋଷ୍ଟି ୨୦୨୫ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି।ବାସ୍ତବ ରେ ତାଙ୍କର ନିଷ୍ଠାପର ସାହିତ୍ୟ ପ୍ରତି ଥିବା ରୁଚି ତାଙ୍କୁ ଆଜି ଏହି ସ୍ତରରେ ପହଞ୍ଚାଇ ପାରିଛି।ବର୍ତ୍ତମାନ ସେ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ରେ ଇଁରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ, ବନ୍ଧୁ ପରିବାର ବର୍ଗ ସାଧୁବାଦ ଜଣାଇଛନ୍ତି।
