ଆସୁଛନ୍ତି ମା “
:-ଖିଲି ଖିଲି ହସୁଚି କାଶତଣ୍ଡି, ଖେଳୁଛି କୁମୁଦ କମଳ ।
:-ମା”ଙ୍କୁ ସ୍ୱାଗତ ପାଇଁ ପ୍ରକୃତି ରାଣୀ ସଜେଇ ହୋଇଛି
ସ୍ଥାନ ଢେଙ୍କାନାଳ
ଶରତ ଋତୁରେ ପ୍ରକୃତିର ବିଚିତ୍ର ସୃଷ୍ଟି ହେଉଛି କାଶତଣ୍ଡି ଫୁଲ । ଶରତ ଆଗମନରେ ଏବେ ସବୁଠି କାଶତଣ୍ଡି ସମ୍ଭାର । ବିଲ, ନଦୀପଠା, ରାସ୍ତା ପାର୍ଶ୍ଵ ସବୁଠି ଖିଲି ଖିଲି ହୋଇ ହସୁଛି କାଶତଣ୍ଡି । ଜଗତ ଜନନୀ ମା ଦୁର୍ଗାଙ୍କ ଆଗମନର ହେଉଛି ପ୍ରାକ ସୂଚନା । ସତେ ଯେମିତି ଜଗତଜନନୀ ଙ୍କ ଆଗମନକୁ ଚାହିଁରହିଛି । ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରୁଥିବା ବେଳେ ଆନମନା ହୋଇ କେତେ କଣ ଲେଖୁଛନ୍ତି କବି ।
ଧୀର ସମୀରଣ ସ୍ପର୍ଶରେ ଦୋଳାୟ ମାନ ଧୋବ ଫରଫର କାଶତଣ୍ଡି । କେତେବେଳେ ଝୁଲି ଝୁଲି ଧରାକୁ ଛୁଁଉଛି, ତ ଆଉ କେତେବେଳେ ଆକାଶକୁ ଚାହିଁ ଖିଲି ଖିଲି ହୋଇ ହସୁଛି ।ସେ ଜଣାଇଦେଉଛି ପାର୍ବଣର ଋତୁ ଆସିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଂଚଳର ବିଲ, ନଦୀପଠା, ରାସ୍ତାପାର୍ଶ୍ଵ ସବୁଠି ଦେଖିବାକୁ ମିଳୁଛି କାଶତଣ୍ଡିର ସୁନ୍ଦରତା । ଯାହାକୁ ଦେଖି କ୍ଷଣିକ ପାଈଁ ଅଟକି ଯାଉଛି ବାଟୋଇ,ତାର ଅପରୂପ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରୁଛି । ଆନମନା ହେଉଛନ୍ତି କବିର ମନ । ସେ ନିଜ କବିତା ମାଧ୍ୟ୍ୟମରେ ବର୍ଣ୍ଣନା କରୁଛନ୍ତି ପ୍ରକୃତିରାଣୀ ର ଶୋଭାରାଜି । ଆଉ ଏହି କାଶତଣ୍ଡି ଜଗତଜନନୀ ମା ଦୁର୍ଗା ଙ୍କ ଧରାପୃଷ୍ଠ କୁ ଆଗମନର ବାର୍ତ୍ତା ଦେଉଛି
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
