*ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଅଗ୍ରଣୀ ବ୍ୟାଙ୍କ୍ ଏବଂ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ୍ ପ୍ରତିଷ୍ଠାନ ବିଭାଗର ପରାମର୍ଶଦାତା କମିଟିର ତ୍ରୈମାସିକ ବୈଠକ ଅନୁଷ୍ଠିତ l*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଗ୍ରଣୀ ବ୍ୟାଙ୍କ୍ ଏବଂ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ୍ ପ୍ରତିଷ୍ଠାନ ବିଭାଗ (ଆର୍ ସେ ଟି)ର ପରାମର୍ଶଦାତା କମିଟିର ତ୍ରୈମାସିକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି lଆର୍ ସେ ଟି ର ନିର୍ଦ୍ଦେଶକ ଜଗନ୍ନାଥ ସାହୁଙ୍କ
ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଅନୁଷ୍ଠାନର ବିଗତ ତିନି ମାସର କାର୍ଯ୍ୟର ସମୀକ୍ଷା ହୋଇଥିଲା l ଏଥିରୁ ଜଣାପଡିଲା ଯେ ଏହି ଆର୍ଥିକ ବର୍ଷ ଜୁନ୍ ସୁଦ୍ଧା ଏଠାରେ ୯ ଟି ଟ୍ରେନିଂ ରେ ୩୦୯ ଜଣ ହିତାଧିକାରୀ ତାଲିମ୍ ଗ୍ରହଣ କରିଛନ୍ତି l ମୁଖ୍ୟତଃ ମୋବାଇଲ୍ ରିପେୟାର,କୃଷି ଉଦ୍ୟମି,ଛତୁ ଚାଷ, ବିଦ୍ୟୁତ୍ ଉପକରଣ ସଜାଡ଼ିବା, ମିସ୍ତ୍ରୀ କାମ, ଫାଷ୍ଟ ଫୁଡ୍ ଇତ୍ୟାଦି ଉପରେ ତାଲିମ୍ ଦିଆ ଯାଇଥିଲା l ଆଗାମୀ ଦିନରେ ମହିଳାଙ୍କୁ ସିଲାଇ ତାଲିମ୍, ଔଷଧୀୟ ଏବଂ ସୁଗନ୍ଧି ବୃକ୍ଷ ଚାଷ, ବାଣିଜ୍ୟ ଭିତ୍ତିରେ ଫୁଲ ଚାଷ ଏବଂ ଭିନ୍ନକ୍ଷମ ମାନଙ୍କୁ ତାଲିମ୍ ଦେବା ପାଇଁ ଅନୁଷ୍ଠାନ ଲକ୍ଷ୍ୟ ରଖିଛି l ୫୪ ଜଣ ଉଦ୍ୟୋଗୀଙ୍କ ୧୫,୩୦,୦୦୦ ଟଂକା ଋଣ ଆବେଦନ କୁ ବିଭିନ୍ନ ବ୍ୟାଙ୍କ କୁ ପଠା ଯାଇଛି l ଆଜିର ବୈଠକରେ ଜଣେ ଭିନ୍ନକ୍ଷମ ଉଦ୍ୟୋଗୀ ସନ୍ତରାମ ଦଣ୍ଡସେନା ଓ ତାଙ୍କ ପତ୍ନୀ ଲଛମୀ ବାଇଙ୍କୁ ଜିଲ୍ଲାପାଳ ସମ୍ୱର୍ଦ୍ଧିତ କରିଥିଲେ l ସେ ୨୦୧୨ ରେ ଆର୍ ସେ ଟି ରୁ ତାଲିମ୍ ଓ ସହଯୋଗ ରେ ଗୋଟିଏ ସିଲାଇ ମେସିନ୍ ପାଇଥିଲେ l ଏହି ଦମ୍ପତି ଆଜି ସେମାନଙ୍କ ନିଷ୍ଠା ଓ ପରିଶ୍ରମ ବଳରେ ୧୫ ଟି ସିଲେଇ ମେସିନ୍ ରଖି ୧୫ ଜଣଙ୍କୁ ଦୈନନ୍ଦିନ କର୍ମ ସଂସ୍ଥାନ ଯୋଗାଇ ପାରିଛନ୍ତି l ଏମାନେ ଜିଲ୍ଲାର ନୂତନ ଉଦ୍ୟୋଗୀ ମାନଙ୍କ ଆଦର୍ଶ ହେବେବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଥିଲେ l ବୈଠକରେ ଜିଲ୍ଳା ସ୍ତରୀୟ ବିଭିନ୍ନ ଅଧିକାରୀ, ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ l ବୈଠକକୁ ସମ୍ବୋଧିତ କରି ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଳା ପ୍ରଶାସନ ଦ୍ଵାରା ନିର୍ଦ୍ଧାରିତ ସମସ୍ତ ଜନ କଲ୍ୟାଣକାରୀ ଯୋଜନାର ଲକ୍ଷ୍ୟ ହାସଲ ପାଇଁ ଆହ୍ଵାନ ଦେଇଥିଲେ l
