ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରୀଆର ରୋଡ ଠାରେ ନୂଆପଡ଼ା ବିଧାୟକ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ଅମର ସ୍ମୃତି ଓ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକାକୁଳ ପରିବେଶ ରେ ତାଙ୍କ ଜୀବନ କରି ଯାଇଥିବା ସହାୟତା, ଅଞ୍ଚଳ ର ବିକାଶ ସହ ବ୍ୟକ୍ତିଗତ, ସାମାଜିକ, ଦଳୀୟ ସାଙ୍ଗଠନିକ ସମ୍ପର୍କ, ଜୀବନକୁ ସେବା ରେ ବ୍ରତୀ କରିଥିବା ଅଭୁଲା, ଆଖିଭିଜା ଅମର ସ୍ମୃତି ଓ ଅନୁଭୂତି ବଖାଣି ଥିଲେ। ପାଶେ ଥାଇ ସମସ୍ତଙ୍କୁ ଆପଣା କରିବାର ନିଖୁଣ କଳା ର ଅଧିକାରୀ ଥିବା ସେହି ରାଜନେତା କେବଳ ଖରୀଆର ରୋଡ, ନୂଆପଡ଼ା, ଓଡ଼ିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ଅନେକଙ୍କୁ ଆପଣା କରି ପାରିଛନ୍ତି। ବ୍ୟକ୍ତିଙ୍କ ଅନ୍ତ ପରେ ହିଁ ମହତ୍ତ୍ଵ, ଐତିହାସିକ କାର୍ଯ୍ୟ ପ୍ରତିପାଦନ କଥା ମାନେ ପଡ଼ିଥାଏ। ସମସ୍ତ ଙ୍କ ମନରେ ରାଜୁ ଭାଇଙ୍କ ପାଇଁ ଅଭୁଲା ସ୍ମୃତି ଅନୁଭୂତି ବାଖାନିଛନ୍ତି। ସଭାରେ ପରିବାର ବର୍ଗ, ଦଳୀୟ ନେତା, ନେତୃମଣ୍ଡଳୀ, ବନ୍ଧୁ ପରିଜନ ବର୍ଗ, ସହ ଆତ୍ମିୟ ସମ୍ପର୍କୀୟ ଯୋଗ ଦେଇ ତାଙ୍କ ଜୀବନରେ ଥିବା ଅନୁଭୂତି କହିଥିଲେ।
