ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗ କାର୍ଯ୍ୟାବଳୀ ର ସମୀକ୍ଷା ବୈଠକ ଅନୁଷ୍ଠିତ ଜିଲ୍ଲାରେ ଥିବା ୧୪୧ ଟି ଖାଉଟି ଦୋକାନ ରୁ ୧୧୩ ଟି ପଞ୍ଚାୟତ ଏବଂ ୨୭ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଅଛି । ଜିଲ୍ଲାରେ ୫୦୯୭ ଟି ପ୍ରବାସୀ ଶ୍ରମିକ ପରିବାରଙ୍କୁ ଖାଉଟି ସୁରକ୍ଷା ଯୋଜନାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଛି l ସମଗ୍ର ୫ଲକ୍ଷ ୪୪ ହଜାର ୧୫୭ ଜଣ ଉପଭୋକ୍ତା ମାନଙ୍କ ମଧ୍ୟରୁ ୯୩ ପ୍ରତିଶତ ଙ୍କର ଇ କେୱା ସି ଭେରିଫିକେସନ୍ ଶେଷ ହୋଇଅଛି। ୨୦୨୫ /୨୬ ଖରିଫ୍ ଋତୁରେ ଧାନ କ୍ରୟ ପାଇଁ ୨୬ ଟି ସମବାୟ ସଂସ୍ଥା ଙ୍କୁ ଦାୟିତ୍ଵ ଦିଆଯିବ l ବର୍ତ୍ତମାନ ସୁଦ୍ଧା ୫୧ ହଜାର ୩୩୫ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଛନ୍ତି।ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ବିଭାଗର ବିବରଣୀ ପାଠ କରିଥିଲେ l ଉପଜିଲ୍ଲାପାଳ ସୂର୍ମୀ ସୋରେନ୍ ଙ୍କ ସମେତ ସମସ୍ତ ବିଡ଼ିଓ ଏବଂ ଯୋଗାଣ ବିଭାଗ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ l ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଜିଲ୍ଲାରେ ବିଭାଗ ଦ୍ଵାରା ସମସ୍ତ ଖାଉଟି ସାମଗ୍ରୀ ର ଉଠାଣ ଓ ବିତରଣ ଠିକ୍ ସମୟରେ ସରିବ l ପ୍ରବାସୀ ଶ୍ରମିକ ପରିବାର ମାନଙ୍କୁ ସଠିକ୍ ଚିହ୍ନଟ କରି ଅଗ୍ରାଧିକାର ଭିତ୍ତିରେ ଖାଉଟି କାର୍ଡ ଖାଦ୍ୟ ଯୋଗାଣ ହେବାକୁ ଆହ୍ବାନ।
