
ଗଜପତି (ଟିକି ଲିମା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଆଜି ମହେନ୍ଦ୍ର ବନାଞ୍ଚଳ ତରଫରୁ ପ୍ରତ୍ୟେକ ପଂଚାୟତ ପାଇଁ 500 ଚାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଅଛି,ପୃଥିବୀର ବଢୁଥିବା ତାପମାତ୍ରା କୁ ଦୃଷ୍ଟି ରେ ରଖି ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀଙ୍କ 75 ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ଗୋଟିଏ ଦିନରେ “ମା ପାଇଁ ଗଛ ଟିଏ 2.0 ” ଉଦ୍ଧଶ୍ୟରେ 75 ଲକ୍ଷ ଚାରା ଲାଗେଇବା ର ଏକ ଐତିହାସିକ ପଦକ୍ଷେପ ସରକାର ଙ୍କ ତରଫରୁ ନିଆଯାଇଛି, ମହେନ୍ଦ୍ର ବନାଞ୍ଚଳ ର ଏହି କାର୍ଯ୍ୟକ୍ରମ କୁ ବନାଞ୍ଚଳ ଅଧିକାରୀ ଅମିତ୍ ସୁଭ୍ରଜିତ୍ ଓ ଗଣ୍ଡାହାତୀ ସମିତିସଭ୍ୟ ଉତ୍ସବ ଶବର ସବୁଜପତାକା ଦେଖେଇ ଶୁଭାରମ୍ଭ କରିଥିବା ବେଳେ , ବନପାଳ ଦିବାକର ଲେଙ୍କା,ବନରକ୍ଷୀ କାଳୀ ପ୍ରସାଦ ଶବର,ଲକ୍ଷ୍ମୀ ପାଇକ, ଗଜେନ୍ଦ୍ର ଚୌଧୁରୀ , ଏସଏଜି ମା ମାନେ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ.।
