ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଆଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀ ରେ ଅଖିଳ ଭାରତୀୟ କଂଗ୍ରେସ୍ କମିଟି ସଚିବ ମନୋଜ ଚୌହାନ ଯୋଗ ଦେଇ ଜାତୀୟ କଂଗ୍ରେସ୍ ସ୍ଥିତି ମଜଭୁତ ହେଉଥିବା ବେଳେ ତୃଣମୂଳ ସ୍ତରରେ ଦଳ ସଙ୍ଗଠନ କୁ ମଜଭୁତ କରିବାକୁ ଆହ୍ବାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ , ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗୋ, ଦୁଇ ଜଣ ପର୍ଯ୍ୟବେକ୍ଷକ ମୂରଲୀ ନାଏକ, ଟଙ୍କଧର ସାହୁ ପ୍ରମୁଖ ଯୋଗ ଦେଇ ଦଳ ସାଗଠାନିକ ମଜଭୁତ ସହ ତୃଣମୂଳ ସ୍ତରରେ ସଙ୍ଗଠିତ ହେବାକୁ ଆହ୍ବାନ କରିଛନ୍ତି। ସଭାରେ ଖଡିଆଳ ଦଳୀୟ ବିଧାୟକ ପ୍ରତିନିଧି କମଲ ଚରଣ ତାଣ୍ଡି, ପ୍ରବୀଣ ପଟ୍ଟନାୟକ, ଗୋରିଆମଣି ସଗରିଆ, ହେମନ୍ତ ତାଣ୍ଡି,ଙ୍କ ସମେତ ବ୍ଲକ ସ୍ତରୀୟ ପଦାଧିକାରୀ ଏବଂ ବହୁ କର୍ମୀ ଯୋଗ ଦେଇଥିଲେ। ବିହାର ନିର୍ବାଚନ ରେ କଂଗ୍ରେସ ର ବିଜୟ ସୁନିଶ୍ଚିତ ହେବା ସହ ଭୋଟଚୋର ନାରା ଦେଇଥିଲେ।
