ବାଲେଶ୍ବର (ଅମର ଦ୍ଵୀପ ସିଂହ) : ଗତ ଶୁକ୍ରବାର ବାଲେଶ୍ବର ସହରରେ ଗଣେଶ ପୂଜା ବିସର୍ଜନ ସମୟରେ ବିଭିନ୍ନ କ୍ଲବ ଓ ମଣ୍ଡପ ପକ୍ଷରୁ ଆଇନ ଉଲ୍ଲଂଘନ କରାଯାଇଥିଲା । ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଥିବାସତ୍ତ୍ୱେ ଅନେକ କ୍ଲବ ଓ ଡିଜେ ମାଲିକମାନେ ସାଉଣ୍ଡ ଡେସିମାଲ ନିୟମକୁ ମାନିନଥିଲେ । ଏହି ଅଭିଯୋଗରେ ବାଲେଶ୍ବର ଜିଲ୍ଲା ପ୍ରଶାସନ 20ଟି ଡିଜେ ଗାଡିକୁ ଜବତ କରିଛନ୍ତି । ସେଥିସହିତ 2ଟି କ୍ଲବ ବିରୋଧରେ ମାମଲା ରୁଜୁ ହୋଇଛି । ଜିଲ୍ଲା ପ୍ରଶାସକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବାଲେଶ୍ବରରେ ଡିଜେ ପୁରାପୁରି ନିଷିଦ୍ଧ । ପ୍ରଶାସନଙ୍କ ସତର୍କବାଣୀ – ଆଗାମୀଦିନରେ କୌଣସି ମଣ୍ଡପ, କ୍ଲବ କିମ୍ବା ଡିଜେ ମାଲିକ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କଲେ ତେବେ କଡା ଆଇନୁଚିତ କାର୍ଯ୍ୟକଳାପ ନିଆଯିବ । ସେମାନଙ୍କର ସ୍ପିକର ଓ ଅନ୍ୟାନ୍ୟ ସାଜସଜ୍ଜା ଜବତ କରାଯିବ ।
