କୋଟପାଡ଼ (ଅଶ୍ଵିନୀ ପଟ୍ଟନାୟକ) : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ର ଅଁଳାଭଟ୍ଟା ଠାରେ ଅଲ ଡିନାମିନାଶନ ଫେଲସିପ ତରଫରୁ ନୂତନ ଭାବରେ କାର୍ଯ୍ୟକାରିଣୀ କମିଟି ଏବଂ ଆଇନ ଉପଦେଷ୍ଟା ଚୟନ କରାଯାଇଅଛି l ସମାଜ ପାଇଁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା l କାରଣ ଦୀର୍ଘ ଛ ବର୍ଷ ହେବ ପୁରାତନ କାର୍ଯ୍ୟକାରୀ ମାନଙ୍କୁ ନେଇ ଏହି ସଂଘ ଚାଲିଆସୁଥିଲା l କୋଭିଡ ପାଇଁ ଏହାକୁ ଦୀର୍ଘ ବର୍ଷ ପାଇଁ ସ୍ଥଗିତ କରାଯାଇଥିଲା ବୋଲି ଉପସ୍ଥିତ ପାଳକ ମାନେ ମତ ପ୍ରକାଶ କରିଥିଲେ l ପ୍ରତିଥର ଭଳି ଚଳିତ ଥର ମଧ୍ୟ ନିର୍ବାଚନ କରା ନ ଯାଇ ସର୍ବସମତି କ୍ରମେ ଚୟନ କରାଯାଇଥିଲା l ଉକ୍ତ ଫେଲସିପର ବୟଜ୍ୟୋଷ୍ଠ ଉପଦେଷ୍ଟା ଭାବେ ପାଳକ ବେନଜାମିନ ବାଘ, ପାଳକ ମଙ୍ଗଳଦାନ ସରୁ, ଆଇନ ଉପଦେଷ୍ଟା ଭାବେ ଶ୍ରୀ ମଳୟ ଜବ ଆଶା, ଶ୍ରୀ ସୁଧୀର ଚନ୍ଦ୍ର ମହାନ୍ତି, ଶ୍ରୀ ରଶ୍ମି ରଞ୍ଜନ ନନ୍ଦ, ସଭାପତି ରେଭ ଯୀଶୁଦାନ ଗରଡା,ଉପ ସଭାପତି ପାଳକ ମଙ୍ଗଳସାଏ ପାଣି, ସମ୍ପାଦକ ପାଳକ ବିଜୟ ଗମ୍ଭାରୀ, ସହ ସମ୍ପାଦକ ପାଳକ ସରୋଜ ନନ୍ଦ, କୋଷାଧକ୍ଷ ପାଳକ ଦୟାନିଧି ଆଶ୍ରିତ ମୁଖପାତ୍ର ପାଳକ ପାଉଲ ବେନ୍ୟା ପ୍ରମୁଖଙ୍କୁ ନୂତନ ଭାବରେ ସର୍ବସମତି କ୍ରମେ ଚୟନ କରାଯାଇଥିଲା l ଉକ୍ତ ବୈଠକରେ କୋଟପାଡ଼ ବ୍ଲକର ବିଭିନ୍ନ ମଣ୍ଡଳୀରୁ ପ୍ରାୟ 100 ଜଣ ପାଳକ ଉପସ୍ଥିତ ଥିଲେ l ଆଗାମୀ ଦିନରେ ଏହି ଶାଲୋମ ଅଲ ଡିନାମିନାଶନ ପାଷ୍ଟର ଫେଲସିପ ଦ୍ଵାରା ଶିକ୍ଷା, ସ୍ୟାସ୍ଥ୍ୟ ଏବଂ ସମାଜର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ର ସାମାଜିକ କାର୍ଯ୍ୟ ଚାଲୁ ରହିବ ବୋଲି ନୂତନ ସଭାପତି ରେଭ ଯୀଶୁଦାନ ଗରଡା ମତ ପ୍ରକାଶ କରିଛନ୍ତି l
