ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ଛୁଆ ଉଦ୍ଧାର କରିଛିନ୍ତି । ଭରୁଆମୁଣ୍ଡା ଗାଁର ଜଣେ ବ୍ୟକ୍ତି ରୂପଧର ମାଝୀ ନିକଟସ୍ଥ ତନ୍ଦୂଳ ପାହାଡକୁ ଛେଳି ଚରାଇବାକୁ ଯାଇଥିଲେ l ଫେରିଲା ବେଳେ ଏକ ବନ୍ୟ ପ୍ରାଣୀ କୁଟୁରା ଛୁଆ , ଛେଳି ସହ ମିଶି ଘରକୁ ଚାଲି ଆସିଥିଲେ l ବିଶେଷ ସୂତ୍ରରୁ ସୂଚନା ପାଇ କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡା ଗାଁକୁ ଯାଇ ରୂପଧର ମାଝୀଙ୍କ ପାଖରୁ କୁଟୁରା ଛୁଆ କୁ ଉଦ୍ଧାର କରିଛନ୍ତି। ବନ ବିଭାଗ ପକ୍ଷ ରୁ ଉଦ୍ଧାର କୁଟରା ଛୁଆ
ଡାକ୍ତରୀ ଚିକିତ୍ସା କରି ଯତ୍ନ ନେଉଛି l ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଉଚ୍ଚ ଅଧିକାରୀଙ୍କ ଆଦେଶ ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ରେଞ୍ଜର ଦେବଦତ୍ତ ସୁତାର ଜଣାଇଛନ୍ତି l ଏବେ ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ ଯତ୍ନ ନେଉଛନ୍ତି l ୱାଇଲଡ ଲାଇଫ ୱାଡେନ୍ ନୂଆପଡ଼ା ଜିଲ୍ଲା ମାୟାଧର ସରାଫ କୋମନା ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କୁଟୁରା ଛୁଆ ର ସ୍ବାସ୍ଥ୍ୟ ଅବସ୍ଥା ବୁଝି ଥିଲେ।
