ଯାଜପୁର (ସରୋଜ କୁମାର ଧଳ) : ପୂର୍ବାହ୍ନ ୧୦ ଘଟିକା ସମୟରେ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଦି କର୍ମଯୋଗୀ ଅଭିଯାନ ନିମନ୍ତେ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧୁକାରୀ, ଜିଲ୍ଲାପରିଷଦ, ଯାଜପୁର ଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ ଅଭିବିନ୍ୟାସ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମର ଆବିମୂଖ୍ୟ, କାର୍ଯ୍ୟକାରୀତା ଓ ଲକ୍ଷ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଜିଲ୍ଲାର ୫ ଟି ବ୍ଲକ ଅନ୍ତର୍ଗତ ୬୭ ଟି ଗ୍ରାମରେ ବସବାସ କରୁଥିବା ଅନୁସୂଚିତ ଜନଜାତି ମାନଙ୍କର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ସରକାରଙ୍କର ସମସ୍ତ ଯୋଜନା ଉପଲବ୍ଧ କରାଇ ସେମାନଙ୍କୁ ବିକାଶ ର ମୁଖ୍ୟଧାରାରେ ସାମିଲ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଏହି ଅଭିଯାନ ଚଳିତ ବର୍ଷ ତଥା ୨୦୨୫ ମସିହାରୁ ଆରମ୍ଭ ହୋଇ ୨୦୩୦ ମସିହା ପର୍ଯ୍ୟନ୍ତ ଚାଲୁ ରହିବ । ଏବଂ ଏହି ସମୟ ମଧ୍ୟରେ ଅନୁସୂଚିତ ଜନଜାତି ମାନଙ୍କର ସମସ୍ତ ମୌଳିକ ଆବଶ୍ୟକତାର ପରିପୂର୍ଣତା କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ ଶରତ ଚନ୍ଦ୍ର ବେହେରା ପ୍ରକାଶ କରିଥିଲେ ।
