ନୂଆପଡା (ମିଖାଇଲ ନନ୍ଦ) : ପଶ୍ଚିମ ଓଡିଶା ତଥା ନୂଆପଡା ଜିଲ୍ଳା ପାଇଁ ଗୌରବ ଆଣିଛନ୍ତି, ସିନାପାଲି ବ୍ଲକ ନିଲଜୀ ଗ୍ରାମ ର ଶ୍ରୀଯୁକ୍ତ ପଞ୍ଚମ ପ୍ରଧାନ ଓ ଶ୍ରମତୀ ଶ୍ରୀମତୀ ପ୍ରଧାନ ଙ୍କ ସୁପୁତ୍ର ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ପ୍ରଧାନ। କେନ୍ଦ୍ର ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଆଇକୋନିକ ପିସ ଆୱାର୍ଡ କାଉନସିଲ ତରଫରୁ, ଗତକାଲି ନୁଆଁଦିଲ୍ଲୀ ଠାରେ ଆୟୋଜିତ ଏକ ବିଶିଷ୍ଟ ସମାରୋହ ରେ ସମାଜ ସେବା ପାଇଁ ଶ୍ରୀଯୁକ୍ତ ପ୍ରଦୀପ କୁମାର ପ୍ରଧାନଙ୍କୁ ସମ୍ମାନ ସୂଚକ
ଡ଼କ୍ଟରେଟ ଉପାଧି ପ୍ରଦାନ କରାଯାଇଛି।
ସେ ଛୋଟ ବୟସରୁ ସ୍କୁଲରେ ଓ କଲେଜ ରେ ମଧ୍ୟ ଅନେକ ପ୍ରତିଯୋଗୀତା ପୁରସ୍କୃତ ହୋଇଛନ୍ତି। ତାଙ୍କର ଅଭିନୟ କରିବା ଏକ ପ୍ରତିଭା ଥିଲା।ସେ ଛୋଟ ସମୟରୁ ନାଟକ ରେ ସାମିଲ ହୋଇ ନାଟକ କରୁଥିଲେ।
ଶ୍ରୀଯୁକ୍ତ ପ୍ରଧାନ ବିଶିଷ୍ଟ ସମାଜସେବୀ ସାଙ୍ଗେ ସାଙ୍ଗେ ଜଣେ ସଫଳ ନାଟ୍ୟକାର, ଯାତ୍ରା କଳାକାର, କଳାମଞ୍ଚ ଉପସ୍ଥାପନା ଇତ୍ୟାଦି ବହୁମୁଖୀ ପ୍ରତିଭା ପାଇଁ,ପୂର୍ବରୁ ବ୍ଲକ ଠାରୁ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ତଥା ଉପାଧିରେ ସମ୍ମାନିତ ହୋଇ ସାରିଛନ୍ତି। ଏହା ବ୍ୟତୀତ ସେ ଜଣେ ସଫଳ ଚାଷୀ ମଧ୍ୟ ଅଟନ୍ତି। ନିଲଜି ପରି ଏକ ଉପାନ୍ତ ପୂରପଲ୍ଲୀ ଠାରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ସମ୍ମାନ ସୂଚକ ଡ଼କ୍ଟରଟେ ଉପାଧି ହାସଲ କରିବାର କୃତିତ୍ୟ ପାଇଁ ତାଙ୍କର ଶୁଭେଛୁ, ପରିବାର ବର୍ଗ ତଥା ଅଞ୍ଚଳ ବାସୀ ତାଙ୍କୁ ସମ୍ଭାର୍ଦ୍ଧନା ସହ ସାଧୁବାଦ ଜଣାଇଛନ୍ତି।
