ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଆଜି ଭାଦ୍ର ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ବିଘ୍ନ ବିନାୟକ ଙ୍କ ପୂଜାର୍ଚ୍ଚନା ସୋର ଅଞ୍ଚଳରେ ବେସ୍ ଧୁମ୍ ଧାମରେ ପାଳିତ। ସୋର ରେ ବିଭିନ୍ନ କ୍ଲବ୍ ସମେତ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ ରେ ପାଳିତ ହୋଇଯାଇଛି। ସୋର ରେ ବିଭିନ୍ନ ଅଫିସ୍ ରେ ବି ମଧ୍ୟ ଧୁମ୍ ଧାମରେ ପାଳିତ ହୋଇଯାଇଛି ଗଣେଶ ପୂଜା। ସୋର ରେ ଷ୍ଟେସନ ଛକ, ବଡଖୁରି ଛକ, ବାମ୍ଫି ଛକ, ଛତ୍ରପୁର ଛକ, ଶିରାପୁର ଡିକେ ସ୍ପୋଟିଙ୍ଗ୍ କ୍ଲବ ଇତ୍ୟାଦି ସମେତ , ସୋର ୟୁଏନ୍ କଲେଜ, ମଙ୍ଗଳପୁର କଲେଜ, ସାରସ୍ଵତ ମହାବିଦ୍ୟାଳୟ ରେ ଗଣପତି ଙ୍କୁ ଆବାହନ କରାଯାଇଛି। ସେହିପରି ଶିରାପୁର ଡିକେ ସ୍ପୋଟିଙ୍ଗ୍ କ୍ଲବ ତରଫରୁ ୧୨ବର୍ଷ ଉପଲକ୍ଷେ ୩ଦିନିଆ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସୋର ପୋଲିସ ତରଫରୁ ବ୍ୟାପକ ପୋଲିସ ବିଭିନ୍ନ ପୂଜା ମଣ୍ଡପ ରେ ଆୟୋଜନ କରାଯାଇଥିଲା।
