ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପୁରପଲ୍ଲୀରେ ପାଳିତ ହେଲା ସପ୍ତପୂରୀ ଅମାବାସ୍ୟା,ପୁରା ଉଆଁସ ପାଳିତ ହୋଇଯାଇଅଛି। ଆଜି ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷ ରୁ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆଠାରେ ପୁରା ଉଆଁସ ପାଳିତ ହୋଇଯାଇଅଛି। ୧୪ ବର୍ଷ ରୁ କମ ବୟସ୍କ କିଶୋର କିଶୋରୀ, ବାଳକ ବାଳିକା ମାନେ ଯୋଗ ଦେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଏହି ଅପ୍ତପୁରି ଅମାବାସ୍ୟା ତିଥିରେ, ପୁରା ଉଁଆସ ପାଳିତ ହୋଇଥାଏ। ଏହି ପର୍ବ ଏକ ଶିକ୍ଷଣୀୟ, ସମ୍ପର୍କ ଡୋରି ସ୍ଥାପନ ଏବଂ ବନ୍ଧୁତ୍ୱରେ ସହଯୋଗ ର ବାର୍ତ୍ତା ଦେଇଥାଏ। ଆଜିର ଦିନ ରେ କିଶୋରି ମାନେ ସାମାଜିକ ରୀତି ନୀତି ରେ ଘର କରଣ ବାର୍ତ୍ତା ମିଳିଥାଏ। ଗୃହର ମୁଖ୍ୟ ହୋଇ ନିଜ ଦୈନନ୍ଦିନ ଜୀବନ ରେ ପଡୋଶୀ ଙ୍କ ସହ ଜୀବନ ନିର୍ବାହ, ଖାଦ୍ୟ ସାମଗ୍ରୀ ଆଦାନ ପ୍ରଦାନ ଏବଂ ବନ୍ଧୁତ୍ୱ ରକ୍ଷା କରିବା ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି କିଶୋର କାଠ ହାତୀ ଘୋଡ଼ା ଗାଡ଼ି ସହ ୧୦୦ ବର୍ଷ ପୁରୁଣା ପିତଳ ହାତୀ ଗାଡ଼ି ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଗୌରାଙ୍ଗ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ସତିଶ ପଟ୍ଟନାୟକ, ତ୍ରିଷା ପଟ୍ଟନାୟକ, ସୁଧୀର ପଟ୍ଟନାୟକ, ଅଜିତ୍ ପଣ୍ଡା ଙ୍କ ସମେତ ବହୁ କିଶୋର କିଶୋରୀ ମାନେ ସାମିଲ ହୋଇଥିଲେ। ସମସ୍ତଙ୍କୁ ମାନପତ୍ର କରି ଦୁଇ ବର୍ଗ ରେ ପୁରସ୍କୃତ ହୋଇଛନ୍ତି।
