ନୂଆଦିଲ୍ଲୀ (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସେପ୍ଟେମ୍ବର ମାସ ରେ ୟୁଏଇରେ ହେବାକୁ ଥିବା ଏସିଆ କପ୍ ନିମନ୍ତେ ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ସେପ୍ଟେମ୍ବର ୯ ରୁ ଏହି ଲଢେଇ ଆରମ୍ଭ ହେବ। ସୂର୍ଯ୍ୟ କୁମାର ଯାଦବ ଙ୍କ ନେତୃତ୍ବରେ ପଡ଼ିଆ କୁ ଓହ୍ଲାଇବ ଭାରତ। ସୂର୍ଯ୍ୟ କୁମାର ଯାଦବ (ଅଧିନାୟିକ) , ଶୁଭମନ୍ ଗିଲ୍ (ଉପ ଅଧିନାୟିକ ) , ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦିକ ପାଣ୍ଡିଆ, ଶୁଭମ ଦୁବେ , ସଞ୍ଜୁ ସାମସନ, ଅକ୍ଷର ପଟେଲ, ଜିତେଶ ଶର୍ମା, ଜଶପ୍ରିତ ବୁମରା , ଅର୍ଶଦୀପ ସିଂ, ହର୍ଷିତ ରାଣା, ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀଓ କୁଳୁଦୀପ ଯାଦବ ଙ୍କ ନାମ ବିସିସିଆଇର ସିଲେକ୍ଟ ଟିମ ଏହି ଘୋଷଣା କରିଛି। ଭାରତ ପ୍ରଥମ ମ୍ୟାଚ ଆୟୋଜକ ୟୁଏଇ କୁ ୧୦ ତାରିଖରେ ଭେଟିବ। ଦ୍ଵିତୀୟ ମ୍ୟାଚ ଭାରତ ତାର ଚିରପ୍ରତିଦ୍ବନ୍ଦି ପାକିସ୍ତାନ କୁ ୧୪ ସେପ୍ଟେମ୍ବର ରେ ଭେଟିବ। ଭାରତ ତାର ଶେଷ ଲିଗ୍ ମ୍ୟାଚ ୧୯ ତାରିଖ ଓମାନ କୁ ଭେଟିବ ।
