
ରାସଗୋବିନ୍ଦପୁର…
ରାସଗୋବିନ୍ଦପୁର ଥାନା ନୂତନ ଥାନାଧିକାରୀ ଭାବେ ପଦ୍ମଲୋଚନ ପାଣିଗ୍ରାହୀ ଯୋଗଦାନ କରିଛନ୍ତି। ରାସଗୋବିନ୍ଦପୁର ଥାନା ଅଧିକାରୀ ସୁକାନ୍ତୀ କରେଇ ଅନ୍ୟତ୍ର ବଦଳି ହେବା ପରେ ଏହି ପଦବୀ ଖାଲି ପଡିଥିଲା।ଏହା ପୂର୍ବରୁ ଶ୍ରୀ ପାଣିଗ୍ରାହୀ ଭୁବନେଶ୍ବର ଚନ୍ଦ୍ରଶେଖର ଥାନା ଅଧିକାରୀ ଭାବେ ଦାୟୀତ୍ବ ସମ୍ପନ୍ନ କରିଥିଲେ।ସୂଚନା ଥାଉ କି ଯେ,ଶ୍ରୀ ପାଣିଗ୍ରାହୀ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନାରେ ଦୀର୍ଘଦିନ ଧରି ରହିଥିଲେ।ଶ୍ରୀ ପାଣିଗ୍ରାହୀ ମୋରଡା ଅଞ୍ଚଳ ପାଇଁ ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ଡକାୟତ ମାନଙ୍କୁ ଧରି ବେଶ ସୁନାମ ଅର୍ଜନ କରିବା ସହିତ ଅଞ୍ଚଳବାସୀଙ୍କର ବେଶ ଆସ୍ଥାଭାଜନ ହୋଇପାରିଥିଲେ ।ତେବେ ରାସଗୋବିନ୍ଦପୁର ଥାନା ଅଧିକାରୀ ଭାବେ ଯୋଗଦେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅଛୁଟୁ ଥିବା ବେଳେ ରବିବାର ରାସଗୋବିନ୍ଦପୁର ସାମ୍ବାଦିକ ସଂଘର ସଭାପତି ଅଶୋକ ମହାନ୍ତି,ଉପସଭାପତି ସନ୍ତୋଷ କୁମାର ମହାନ୍ତି,ବରିଷ୍ଠ ସଦସ୍ୟ ଶିରିଶି ଚନ୍ଦ୍ର ମହାନ୍ତି,ମନୋରଞ୍ଜନ ମହାନ୍ତି,ଇନ୍ଦ୍ରଜିତ ଦାସ,ତ୍ରିଲୋଚନ ସେଠୀ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହିତ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରିଥିଲେ।
ରାସଗୋବିନ୍ଦପୁର ବ୍ଲକରୁ ରାକେଶ ସାହୁ