
କେନ୍ଦୁଝର.. ହରିଚନ୍ଦନପୁର ବ୍ଳକ ଅନ୍ତର୍ଗତ ବୁଢା ଖମଣ ଗ୍ରାମପଞ୍ଚାୟତ ର ଆଦିବାସୀ, ଜୁଆଙ୍ଗ ଜନଜାତି ବହୁଳ ଶରତପଦା ଗ୍ରାମରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “କେନ୍ଦୁଝର ଡେଭଲପମେଣ୍ଟ” ପକ୍ଷ ରୁ କମ୍ବଳ ବଣ୍ଟନ, BRPL ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ମାଗଣା ଚକ୍ଷୁ ଚିକିତ୍ସା ସେବା ପ୍ରଦାନ କରାଯାଇଛି I
ଉକ୍ତ ଶିବିରକୁ ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ଜୁଆଙ୍ଗ ଉଦ୍ଘାଟନ କରିଥିଲେ ,କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ଅତିଥି ,ଭୂମିକା ହସ୍ପିଟାଲ ର ସହ ପରିଚାଳକ ରୁଦ୍ର ନାରାୟଣ ଲୋହାର ମୁଖ୍ୟ ବକ୍ତା ଥିବା ବେଳେ ସ୍ଥାନୀୟ ବରିଷ୍ଠ ନାଗରିକ ପିତାମ୍ବର ଜୁଆଙ୍ଗ ସଭାପତିତ୍ୱ କରିଥିଲେ I
ଏହି ଶିବିରକୁ ବିଭିନ୍ନ ଗ୍ରାମ ଯଥା ବୁଢ଼ାଖମଣ,ଶରତପଦା,ଦଶଘରିଆ ,ବାଧୁନୀଧୁଡା ଇତ୍ୟାଦି ରୁ ମୋଟ ୫୯ ଜଣ ବରିଷ୍ଠ ନାଗରିକ ନିଜ ନିଜ ର ଆଖି ପରୀକ୍ଷା କରାଇ ଥିଲେ l ସେଥି ମଧ୍ୟରୁ ୧୪ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ଓ ସେଥି ମଧ୍ୟ ରୁ ୮ ଜଣ ଚିହ୍ନଟ ରୋଗୀ ମାନଙ୍କୁ ଅସ୍ତ୍ରୋପଚାର ପାଇଁ କେନ୍ଦୁଝରସ୍ଥିତ ଭୂମିକା ଚକ୍ଷୁ ହସ୍ପିଟାଲ କୁ ସ୍ଥାନାନ୍ତର କରା ଯାଇଛି l
ରୋଗୀମାନଙ୍କର ଯିବା ,ଆସିବା, ଖାଇବା, ରହିବା, ଔଷଧ, ଚଷମା ଓ ଅପରେସନ ହସ୍ପିଟାଲ ତରଫରୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି l
ଅନ୍ୟ ପକ୍ଷ ରେ କେନ୍ଦୁଝର ଡେଭଲପ୍ମେଣ୍ଟ ଟ୍ରଷ୍ଟ ପକ୍ଷରୁ ମୋଟ ୨୧୦ ଜଣ ପରିବାରକୁ କମ୍ବଳ ବଣ୍ଟନ କରାଯାଇଥିଲା I କମ୍ବଳ ବଣ୍ଟନ କାର୍ଯ୍ୟକ୍ରମଟି ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ପ୍ରଫେସର ଡ଼କ୍ଟର ବିମ୍ବାଧର ବେହେରା ଙ୍କ ମାର୍ଗଦର୍ଶନ , ଚେୟାରମ୍ୟାନ ଜଗତଜିତା ଦାସ ଓ ଟ୍ରଷ୍ଟି ସଂଜୀବ ପାଇକରାୟ ଙ୍କ ବଳିଷ୍ଠ ସହଯୋଗ ରେ ଶୃଙ୍ଖଳା ର ସହିତ ପରିଚାଳିତ ହୋଇଥିଲା I
ଭୂମିକା ହସ୍ପିଟାଲ ର ଚକ୍ଷୁ ସହାୟକ ଅଭିଷେକ ମହାନ୍ତ ଲୋକ ମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେଇଥିଲେ ଓ ମୋତିଆବିନ୍ଦୁ ରୋଗୀଙ୍କୁ ଚିହ୍ନଟ କରିଥିଲେ I
ଶିବିର ପରିଚାଳନାରେ ସ୍ଥାନୀୟ ଯୁବ ସ୍ବେଛାସେବୀ ଚୈତନ୍ୟ ଜୁଆଙ୍ଗ ସକ୍ରିୟ ଅଂଶ ଗ୍ରହଣ କରି ଶିବିର ପରିଚାଳନା କରିଥିଲେ ଓ ସ୍ଥାନୀୟ ଯୁବକ ,ଯୁବତୀ ,ଆଶାକର୍ମୀ ,ଅଙ୍ଗନବାଡି ଦିଦି ସହ ଯୋଗ କରିଥିଲେ