
(ପୁରୁଷୋତ୍ତମପୁର ) ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଉତ୍ସବକୁ ଶ୍ରୀମତୀ ସୁନା ରାଣୀ ପାଳ ସୁଚାରୁ ରୂପେ ପରିଚାଳନା କରିଥିଲେ | ଶ୍ରୀମତୀ ପ୍ରମୋଦିନୀଗୁରୁମା ଓ ତ୍ରିପୁରା ଗୁରୁମା ଉଦଘୋଷଣା କରିଥିଲେ |କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଶ୍ରୀମତୀ ସୁଚିତ୍ରା କୁମାରୀ ପଣ୍ଡା ଓ ଶ୍ରଦ୍ଧାଞ୍ଜଳି ବେହେରା ଶିଶୁ ଭଉଣୀ ମାନଙ୍କ ଦ୍ବାରା ଅତିଥ୍, ଅଭିଭାବକ /ଅଭିଭାବିକା ଓ ଶିଶୁ ଭାଇ ଭଉଣୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ |ମୁଖ୍ୟଅତିଥ୍ ମାନନୀୟ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ( ବିଧାୟକ ଖଲିକୋଟ ନିର୍ବାଚନ ମଣ୍ଡଳୀ)ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା |ସମ୍ମାନିତ ଅତିଥ୍ ଭାବରେ ମାନନୀୟ ଶ୍ରୀଯୁକ୍ତ ଅରୁଣ କୁମାର ପଣ୍ଡା( ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ), ମାନନୀୟ ଶ୍ରୀଯୁକ୍ତ ଏସ ଗିରିଧର ( ଗୋଷ୍ଠୀ ଶିକ୍ଷାଧୂକାରୀ ପୁରୁଷୋତ୍ତମପୁର ) ମାନନୀୟ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା (ନଗରପାଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରୁଷୋତ୍ତମପୁର )ଆଦି ଉଚ୍ଛୁ ଉତ୍ସବ ରେ ଯୋଗ ଦେଇଥିଲେ | ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଅତିଥ୍ଙ୍କ ପରିଚୟ ପ୍ରଦାନ କରିଥିଲେ | ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା ଯଥା ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦଳାଇ, ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା, ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା, କୋଷାଧ୍ୟକ୍ଷ୍ ଶ୍ରୀଯୁକ୍ତ ରାଜ କିଶୋର ସାସମଲ ଯୋଗଦେଇଥିଲେ | ଏହି ଉତ୍ସବ ରେ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ | ମୁଖ୍ୟବକ୍ତା ମାନନୀୟ ଶ୍ରୀଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକ ( ଶିକ୍ଷାବିକାଶ ସମିତି, ଓଡିଶା) ଏବଂ ଶ୍ରୀଯୁକ୍ତ ଦେବେନ୍ଦ୍ର ପଟ୍ଟନାୟକ (ଶିକ୍ଷା ଶୃଜନୀର ସମ୍ପାଦକ) ମହୋଦୟ ଯୋଗ ଦେଇ ଶିଶୁ ଭାଇ ଭଉଣୀ ଙ୍କୁ ବହୁ ମୂଲ୍ୟବାନ କଥାକହି ଜୀବନ ରେ ଏକ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ | ଶିଶୁମାନଙ୍କୁ ଅତିଥ୍ ଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା |ମାନନୀୟ ସଭାପତି ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ପୂର୍ବ ଛାତ୍ରୀ ଅନୁଷ୍କା ପ୍ରିୟସ୍ମିତା, ରାଜେଶ୍ବରୀ ଓ ପୂର୍ବ ଛାତ୍ର ଆଦିତ୍ୟ ପ୍ରସାଦ ପାଢ଼ୀ, ତାରିଣୀ ଗୁରୁଜୀ ଓ ସୁନା ଗୁରୁମାଙ୍କ ନିର୍ଦ୍ଦେଶରେ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ହୋଇଥୁଲା | ଏହି ଉତ୍ସବ ରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ଓ ବାହାନ ଚାଳକ ଭାଇ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବହୁ ସଂଖ୍ୟା ରେ ଶିଶୁ ମଧ୍ଯ ଯୋଗ ଦେଇଥିଲେ | ପରିଶେଷରେ ପ୍ରସାଦ ସେବନ ପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ |