
ଅଟୋକୁ ଧକ୍କା ଦେଲା ସ୍କର୍ପିଓ: ୨ମୃତ, ୨ଗୁରୁତ
ମୟୁରଭଞ୍ଜ….. ବାରିପଦା ସଦର ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ହୁଣ୍ଡାଇ ଶୋରୁମ୍ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାର ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସ୍କର୍ପିଓ ସହ ମାଲ ବୋଝେଇ ଅଟୋ ଦୁର୍ଘଟଣା ଘଟିଛି। ଖବର ପାଇ ବାରିପଦା ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ଗାଡ଼ି ବାରିପଦାରୁ ବେତନଟି ଅଭିମୁଖେ ଯାଉଥିବାବେଳେ ଅଟୋକୁ ପଛ ପଟୁ ଅଧିକ ବେଗରେ ଆସୁଥିବା ସ୍କର୍ପିଓ ଧକ୍କା ଦେଇଥିଲା। ଅଟୋରେ ବସିଥିବା ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇ ବାରିପଦା ପିଆରଏମ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।
ମୟୂରଭଞ୍ଜ ବାରିପଦା ରୁ ଶିବ ଶଙ୍କର ମାନ୍ନା ଙ୍କ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ୍