
ନୂଆପଡା ( ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଶାଳ ରେଳି ଅନୁଷ୍ଠିତ ହୋଇଥିବା ବେଳେ ୧୫୦ ଫୁଟ ତ୍ରିରଙ୍ଗା ପକାତା ନେଇ ଶୋଭାଯାତ୍ରା ସହର ପରିକ୍ରମା କରିଛନ୍ତି। ଖଡିଆଳ ନଗର ଅଧ୍ୟକ୍ଷ ଡ଼ ସୋନିଆ ଜୈନ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ବିଜେପି ବରିଷ୍ଠ ନେତୃମଣ୍ଡଳୀ ସ୍ବେଛାସେବୀ ଅଭିନନ୍ଦନ ପଣ୍ଡା, ଗୋଲଡି ଅଗ୍ରୱାଲ, ସହ ଶତାଧିକ କର୍ମୀ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ, ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ଦେଶର ସ୍ଵାଭିମାନ, ସମ୍ମାନ ତ୍ରିରଙ୍ଗା ପତାକା ହର ଭାରତୀୟଙ୍କ ପରିଚୟ ବୋଲି ସ୍ଳୋଗାନ ଦେଇଥିଲେ।