
ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡ଼େନ ବ୍ଲକ ସ୍ଥିତ ବିଜୁ ପଟ୍ଟନାୟଙ୍କ କଲେଜ୍ ପରିସର ମଧ୍ୟରେ ନିଶା ନିବାରଣ ସପ୍ତାହ ପାଳିତ, ବୋଡ଼େନ ପୋଲିସ ପକ୍ଷ ରୁ ମହିଳା ସୁରକ୍ଷା ନେଇ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ନିଶା ଦ୍ବାରା ପୁରୁଷ ସମାଜ କୁ ଦୁର୍ବଳ ଏବଂ ପ୍ରଭାବିତ ହେଉଥିବା ବେଳେ ପାରିବାରିକ ହିଂସା ବୃଦ୍ଧି ହେବା ସାଙ୍ଗକୁ ଅପରାଧ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଅଛି। ପୋଲିସ ବିଭାଗ ପକ୍ଷ ରୁ ଅଧିକାରୀ ମାନେ ଯୋଗ ଦେଇ ନିଶା ଦ୍ବାରା ନାରୀ ସୁରକ୍ଷା ରେ ଅନେକ ସମସ୍ୟା ଦେଖାଯାଏ ବୋଲି ପ୍ରକାଶ କରିଥିଲେ।