
ନୂଆପଡା( ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଲିଆବନ୍ଧା ଗ୍ରାମ ଠାରେ ୨୫ ତମ ଟେମ୍ପାମଣି ଫୁଟବଲ ଟୁର୍ଣ୍ଣାମେଣ୍ଟର ରୋପ୍ୟ ଜୟନ୍ତୀ ଶୁଭ ଉଦ୍ଘାଟନ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଆତ୍ମୀୟ ଙ୍କୁ ସ୍ମରଣୀୟ ଏବଂ ହୃଦୟର ବଞ୍ଚାଇ ରଖିବା ଅଭିନବ ପ୍ରୟାସ ଏହି ଟେମ୍ପାମଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତି ଖିତିଶ୍ ଅଶୋକ ବୋଧନକର, ଜିଲ୍ଲା ଓକିଲ ସଂଘ ଉପସଭାପତି ପ୍ରକାଶ କେଶରୀ ସ୍ୱାଇଁ, ହିରାଲାଳ ପଟେଲ ଏବଂ ତାଙ୍କ ପୁଅ ଘନଶ୍ୟାମ ପଟେଲ, ଅବସର ପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ଶିବପ୍ରସାଦ ବେହେରା ସାମ୍ବାଦିକ ଘନଶ୍ୟାମ ବେହେରା ପ୍ରମୁଖ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।