
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ବାଲେଶ୍ୱର ପରି ସୋରରେ ଶେଷରେ ପ୍ରଶାସନ ନେଲା ଦୃଢ଼ ନିଷ୍ପତ୍ତି। ସୂଚନା ଅନୁସାରେ ସୋର ଉତ୍ତରେଶ୍ୱର ଉଡନ୍ତା ପୋଲ ତଳେ ହୋଇଥିବା ଜବରଦଖଲକୁ ସୋର ପୁର୍ତ୍ତ ବିଭାଗ,ସୋର ତହସିଲ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଉଚ୍ଛେଦ କରାଯାଇଛି। ଅନ୍ୟ ପକ୍ଷରେ ପ୍ରଶାସନର ନିର୍ଦ୍ଦେଶକୁ ସମ୍ମାନ ଜଣାଇ ତରଫରୁ ଉଛେଦ ପୂର୍ବରୁ ବହୁ ଦୋକାନୀ ସ୍ୱତପ୍ରବୃତ୍ତ ଭାବେ ଦୋକାନ ଗୁଡ଼ିକୁ ହଟାଇ ଦେଇଥିଲେ। ଦୀର୍ଘ ଦିନ ଧରି ହୋଇଥିବା ଏହି ଜବରଦଖଲ କାରଣରୁ ଅନେକ ସମୟରେ ରାସ୍ତା ଜାମ ସହିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ସଂନ୍ଧ୍ୟା ସମୟରେ ପ୍ରବଳ ଭିଡ଼ ହେଉଥିବା ଯୋଗୁଁ ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହେଉଥିଲା। ଏଥି ସହିତ ପୋଲର ସ୍ଥାୟୀତ୍ୱକୁ ନେଇ କିଛି ବୁଦ୍ଧିଜିବୀ ଅଭିଯୋଗ କରିଥିଲେ। ଏ ନେଇ ଗତ ୮ ତାରିଖରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ଆଜି ସୋର ତହସିଲଦାର ଦୈତାରୀ ମଲ୍ଲିକ,ସୋର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଚନ ପ୍ରଧାନ ଓ ପୁର୍ତ୍ତ ବିଭାଗ ସମେତ ସୋର ପୋଲିସ ଉପସ୍ଥିତିରେ ଏହି ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା।ସେହିପରି ଉତ୍ତରେଶ୍ୱର ଗଳା ପୋଲ ସନ୍ନିକଟ କିଛି ଦୋକାନୀ ଡ୍ରେନ ଉପର ସହ ଆଗକୁ ମାଡ଼ି କରିଥିବା ଜବରଦଖଲକୁ ମଧ୍ୟ ପ୍ରଶାସନ ତରଫରୁ ଜେସିବି ସହାୟତାରେ ଉଛେଦ କରାଯାଇଥିବାର ଦେଖାଯାଇଥିଲା। ଏଠି ପ୍ରଶ୍ନ ଉଠେ କଣ ପାଇଁ କାହା ଅନୁମତି ନେଇ ସରକାରୀ ଜାଗାକୁ ଦୀର୍ଘ ଦିନ ହେଲା କବଜା କରିବା ସତ୍ୱେ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନ ଥିଲା ? କେବଳ ଉତ୍ତରେଶ୍ଵର ନୁହେଁ ସୋର ମୁଖ୍ୟ ବଜାର ରେ ମଧ୍ୟ କିଛି ଦୋକାନୀ ମାନେ ଜବରଦଖଲ କରି ଦୋକାନ ଖୋଲିଥିବାରୁ,ଯାଆ ଆସ ପାଇଁ ନାହଁ ନ ଥିବାର ଅସୁବିଧା ହେଉଥିବା ର ଲକ୍ଷ୍ୟ କରାଯାଇଛି। ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଏ ପ୍ରତି ଦୃଷ୍ଟି ଦେବ।