
ବସ୍ତା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି ଶିବିର ଅନୁଷ୍ଠିତ।
ବସ୍ତା:-
ବସ୍ତା ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସପି ରାଜ ପ୍ରସାଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପାରିଷଦ ବାଲେଶ୍ଵର ବିଶ୍ବରଂଜନ ନାୟକ, ଏ ଡି ଏମ ଓ, ସି ଡି ଏମ ଓ , ବସ୍ତା ଏସ ଡି ପି ଓ ମାନସ କୁମାର ଦେଓ, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, ବିଡ଼ିଓ ସମେତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକୁ ଗ୍ରହଣ କରିଥିଲେ ଏବଂ ସମାଧାନ ର ପ୍ରତିଶୃତି ଦେଇଥିଲେ। ଏହି ଶିବିରରେ ମୋଟ ୭୩ ଟି ଅଭିଯୋଗର ଶୁଣାଣି ହୋଇଥିଲା। ଶିବିର କୁ ପ୍ରଧାନମନ୍ତ୍ରୀ ଆବାସ, ହେଣ୍ଡିକେପଟ ସାର୍ଟିଫିକେଟ ର ବିଳମ୍ବ, ଭତା, ପାଣି ସମସ୍ୟା, ଡ୍ରେନେଜ ସମସ୍ୟା ଉପରେ ଅଭିଯୋଗ ଆସିଥିଲା। ତେବେ ଅଳ୍ପ ସମୟ ରହି ଜିଲ୍ଲାପାଳ ଚାଲିଯିବା ପରେ ଏସପି ପହଂଚି ସିଂଲା ଥାନାର ଗୋଟିଏ ମର୍ଡର କେଶ ଏବଂ ଗୋଟିଏ ରେପ କେଶରେ ଆସାମୀକୁ ପୋଲିସ ଘଣ୍ଟ ଘୋଡାଉ ଥିବା ଅଭିଯୋଗ ପରେ ଏସପି କୌଣସି ପ୍ରତିକ୍ରିୟା ନ ଦେଇ ନିଜେ ସିଂଲା ଥାନାକୁ ତଦନ୍ତ କରିବାକୁ ଯାଇଥିବା ଜଣାପଡିଛି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ